ଓଡିଶା ମୋ ପରିବାରର ସହାୟତାରେ ମୁମ୍ବାଇରୁ ଗାଁରେ ପହଞ୍ଚିଲା ମହିଳା ଶ୍ରମିକଙ୍କ ମୃତଦେହ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାଯତ ଅଧିନ ପାରମାଗୁଡା ଗ୍ରାମର ନଳିନୀ ନାୟକ ମୁମ୍ବାଇରେ ଏକ ସୁତା କଳରେ କାମ କରୁଥିଲେ। ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ୧୫/୧୦ରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ ଶରୀରକୁ ଓଡିଶା ମୋ ପରିବାର ସହାୟତାରେ ଉଡାଜାହାଜ ଯୋଗେ ଭୁବନେଶ୍ୱର ଅଣାଯିବା ପରେ ସେଠାରୁ ଆମ୍ବୁଲାନ୍ସରେ ନିଜ ଗ୍ରାମ ପାରମାଗୁଡ଼ାକୁ ଆସି ପହଞ୍ଚିଛି।
ଶବ ଆଣିବା ନିମନ୍ତେ ବିଜୁ ଜନତା ଦଳର ସଂଗଠକ ଶିଶିର ନାୟକ, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର , ବିଡିଓ ତପସ୍ଵିନୀ ହାଁସଦା , ଜିଲ୍ଲା ସଂଯୋଜକ ଇନ୍ଦିରା ପଟ୍ଟନାୟକ , ରା .ଉଦୟଗିରି ସାଂସଦ ପ୍ରତିନିଧି ଜଗବନ୍ଧୁ ଦାଶଙ୍କୁ ପରିବାର ଲୋକେ ଜଣାଇଥିଲେ।
ସମସ୍ତଙ୍କ ସହଯୋଗରେ ଶବ ଆସି ଗ୍ରାମରେ ପହଞ୍ଚିପାରିଥିଲା। ଶବ ନିକଟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଶବର , ସ୍ଥାନୀୟ ସରପଞ୍ଚ ଏବଂ ବିଜେଡିର ପୁରୁଖା ନେତା ଦେବାନନ୍ଦ ନାୟକ ଏବଂ ସୁନୀଲ ଗମାଙ୍ଗ ଉପସ୍ଥିତ ରହି ଶବ ସତ୍କାରରେ ସହଯୋଗ କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ସରକାରଙ୍କ ତରଫରୁ ଯାହା ସହାୟତା ଅଛି ତାହା ଯୋଗାଇ ଦିଆଯିବ ବୋଲି ଅଧ୍ଯକ୍ଷ କହିଛନ୍ତି।

Leave A Reply

Your email address will not be published.