ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ନୃସିଂହ ନାଥ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବରଗଡ :- ବରଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ନୃସିଂହ ନାଥ ମନ୍ଦିର ପରିସରରେ ବୁଧବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ର 50ଜଣ ଛାତ୍ର ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଥିଲେ |ଏହି ସଫେଇ କାର୍ଯ୍ୟକ୍ରମ କୁ ପାଇକମାଳ ତହସିଲଦାର ପରୀକ୍ଷିତ ସାହୁ ପତାକା ଦେଖାଇ ଶୁଭାରମ୍ଭ କରି ଥିବା ବେଳେ ସିଆରପିଫ ଆଶିଷ୍ଟେଣ୍ଟ କାମାଣ୍ଡେଣ୍ଟ ରାଜୀବ କୁମାର ଓ ତାଙ୍କର ସହଯୋଗୀ ମାନେ ମଦ୍ୟ ଉପସ୍ଥିତ ଥିଲେ | ପ୍ଲାଷ୍ଟିକ ଜିନିଷ କୁ ବେଗ ରେ ଭର୍ତି କରି ସଂଗ୍ରହ କରାଯାଇ ଥିଲା ଓସବୁକୁ ଏକତ୍ରିତ କରି ନେହେରୁ ଯୁବ କେନ୍ଦ୍ରର କର୍ମ କର୍ତା ମାନଙ୍କୁ ହସ୍ତାନ୍ତର କରା ଯାଇଥିଲା |ଏହି ସଫେଇ କାର୍ଯ୍ୟକ୍ରମ କୁ ନୃସିଂହ ନାଥ କୁ ଆସି ଥିବା ଭକ୍ତ ମାନେ ପ୍ରଶଂସା କରି ଥିଲେ | ଏ ନେଇ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ମିଟିଙ୍ଗ ହଲ ରେ ଏକ ବୈଠକ ପ୍ରଶାସକ ତଥା ସମ୍ପାଦକ ମନୋଜ ତ୍ରିବେଦୀ ଙ୍କ ସଭାପତି ରେ ଅନୁଷ୍ଠିତ ହୋଇ ଛି, ଏଥିରେ ମୁଖ୍ୟ ଅତିଥି ତହସିଲଦାର ପରୀକ୍ଷିତ ସାହୁ, ସମ୍ମାନିତ ଅତିଥି ଭାବରେ ସିଆରପିଫ ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ ରାଜୀବ କୁମାର, ନେହେରୁ ଯୁବ କେନ୍ଦ୍ର ଅଧିକାରୀ ରୋଶନ ଟନଡ଼ନ, ପରାମର୍ଶ ଦାତା କମିଟି ସଭ୍ୟ ତ୍ରିଲୋଚନ ଶତପଥି, ପରିବେଶବିତ ମିଂକେତନ ସାହୁ, ଏବିଡିଓ ଦେବାଶିଷ ସିଂହା, ବଡ ଶତପଥି ପ୍ରମୁଖ ଯୋଗ ଦେଇ ଲୁବଗୋଷ୍ଠୀ ମାନେ ସ୍ଵ ଇଛା ରେ ନିସ୍ଵାର୍ଥ ଭାବରେ ସମାଜ ସେବା କାମ କରିବାକୁ ଆଗେଇ ଆସିବା ପାଇ ପରାମର୍ଶ ଦେଇ ଥିଲେ |ମହାବିଦ୍ୟାଳୟ ର ପ୍ରିନସିପାଲ ଖିରାବ୍ଧି ତନୟା ରାଉତରାୟ ସମସ୍ତ କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.