ଭୁବନେଶ୍ୱର: ଆଜି ସ୍ପେନ ଦେଶ ପାଇଁ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଦିନେଶ କୁମାର ପଟ୍ଟନାୟକ ଏବଂ ଗ୍ୱାଟେମାଲା ପାଇଁ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ମନୋଜ କୁମାର ମହାପାତ୍ର ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି ।
ଏହି ଅବସରରେ ମହାମହିମ ଶ୍ରୀ ପଟ୍ଟନାୟକ ୱାର୍ଲଡ଼ ସ୍କିଲ ସେଣ୍ଟରକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଓଡିଶା ସ୍କିଲର ହବ୍ ଅଟେ । କୌଣସି ଆଧୁନିକ ଅର୍ଥନୀତିର ବିକାଶରେ ଦକ୍ଷତା ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଦେଶରେ ପ୍ରତିଭା ବିକାଶର ଏକ ହବ୍ ଭାବରେ ଓଡିଶାରେ ୱାର୍ଲଡ଼ ସ୍କିଲ ସେଣ୍ଟର ବିକଶିତ ହେବା ଆଶ୍ଚର୍ଯ୍ୟଜନକ ଅଟେ ।
ସେହିଭଳି ଶ୍ରୀ ମହାପାତ୍ର ୱାର୍ଲଡ଼ ସ୍କିଲ ସେଣ୍ଟରର ଅତ୍ୟାଧୁନିକ ବୈଷୟିକ ତାଲିମ କେନ୍ଦ୍ର ଦେଖି ଖୁସି ବ୍ୟକ୍ତ କରିବା ସହ ପ୍ରକାଶ କରିଛନ୍ତି ଯେ ସିଙ୍ଗାପୁର ସରକାରଙ୍କ ସହଭାଗିତାରେ ଓଡ଼ିଶା ସରକାର ୱାର୍ଲଡ଼ ସ୍କିଲ ସେଣ୍ଟରର ବିକାଶ କରିଛନ୍ତି, ଯାହା ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ପାଇଁ ପ୍ରକୃତରେ ଆବଶ୍ୟକ ଥିଲା ।
ରାଷ୍ଟ୍ରଦୂତ ୱାର୍ଲଡ଼ ସ୍କିଲ ସେଣ୍ଟରରେ ତାଲିମ ନିମନ୍ତେ ଚୟନ ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ । ଚଳିତ ବର୍ଷ ଆରମ୍ଭ ହୋଇଥିବା ବିୟୁଟି ୱଲ୍ନେସ୍ ସ୍ପା ଓ ହେୟାର ଫେସନ ଡିଜାଇନିଂ ପାଠ୍ୟକ୍ରମ ବିଷୟରେ ଅବଗତ ହୋଇ ସେମାନେ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ଏହି ଦୁଇଟି ପାଠ୍ୟକ୍ରମରେ ତାଲିମ ନେବା ଫଳରେ ଅଧିକ ନିଯୁକ୍ତି ଏବଂ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ।
ୱାର୍ଲଡ଼ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି କହିଛନ୍ତି ଯେ ୧୩୪୨.୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଓଡିଶାର ସ୍କିଲ ଇକୋ ସିଷ୍ଟମ ପାଇଁ ଏକ ପ୍ରାଥମିକ ତାଲିମ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରୁଛି । ଏହା ଆଇଟିଆଇ ଓ ପଲିଟେକନିକ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱୟଂ ସମ୍ପୁର୍ଣ୍ଣ ଅନୁଷ୍ଠାନ ଭାବେ ଭୂମିକା ଗ୍ରହଣ କରିବ । ଶ୍ରୀ ରେଘୁ ଆହୁରି ମଧ୍ୟ କହିଛନ୍ତି ଯେ ଏଠାରୁ ତାଲିମ ନେବା ପରେ ବିଶ୍ୱ ବଜାରରେ ସ୍ୱୀକୃତି ଲାଭ କରିଥିବା ପ୍ରମାଣପତ୍ର ପ୍ରଦାନ
କରାଯିବ । ଏହା ପ୍ରଶିକ୍ଷାର୍ଥୀଙ୍କୁ ବିଶ୍ୱବ୍ୟାପୀ ନିଯୁକ୍ତି ପାଇବାରେ ସହାୟକ ହେବ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରିନ୍ସିପାଲ, ସଙ୍ଗରନ ଗୋପାଲ, ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ, ଚିୟକ ଏଙ୍ଗ ଚୁନ୍, ଏକାଡେମୀ ନିର୍ଦ୍ଦେଶକ, ସୁପିହା ନାଗମଲ, ନିର୍ଦ୍ଦେଶକ, କେରୱିନ୍ ହିଙ୍ଗ ଓ ଜିଏମ୍, ସଞ୍ଜୟ ପାଢୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post