ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଉଦଯାପିତ ହୋଇଯାଇଛି।
ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବରେ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ , (ରାଜସ୍ବ )ଗଜପତି , ଶ୍ରୀ ପ୍ରଦୀପ କୁମାର ନାୟକ , ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଭାରପ୍ରାପ୍ତ କ୍ରୀଡା ଅଧିକାରୀ ଶ୍ରୀ ନଟବର ଗରଡ଼ା , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।
ଜିଲ୍ଲାର ସାତ ଗୋଟି ବ୍ଲକ୍ ର ସମସ୍ତ ମେଧାବୀ ଫୁଟବଲ୍ ଖେଳାଳି ବାଳକ ବାଳିକା ଓ ପାରଳାଖେମୁଣ୍ଡି ପୌର ପାଳିକାର ଟିମ୍ ମୋଟ ୧୩ ଟିମ୍ ଅଂଶ ଗ୍ରହଣ କରିଥିଲେ।
ସେମାନଙ୍କ ମଧ୍ୟରେ ପ୍ରଥମ ପ୍ରଯ୍ୟାୟରେ ଗୋଷାଣୀ ଓ ଆର. ଉଦୟଗିରି ବଳିକା ଟିମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଗୋଷାଣୀ ବାଳିକା ଟିମ୍ ୧/୦ ରେ ବିଜେତା ହୋଇଥିଲେ। ଫାଇନାଲରେ ପାରଳାଖେମୁଣ୍ଡି ପୌର ପାଳିକା ଓ ମୋହନା ବାଳକ ଟିମ୍ ଖେଳିବା ପାଇଁ ବିବେଚିତ ହୋଇ ଥିଲେ। ଶେଷରେ ପାରଳାଖେମୁଣ୍ଡି ପୌର ପାଳିକା ବାଳକ ଟିମ୍ ୨/୦ରେ ବିଜୟୀ ହୋଇଥିଲେ। ତୃତୀୟ ପୋଜିସନ ମୋହନା ବାଳିକା ଟିମ୍ ଓ କାଶୀନଗର ବାଳକ ଟିମ୍ , ଦ୍ୱତୀୟ ପୋଜିସନ ମୋହନା ବାଳକ ଟିମ୍ , ରାନେର ଆର. ଉଦୟଗିରି ବାଳିକା ଟିମ୍ , ବାଳିକା ଚମ୍ପିୟାନ ଗୋଷାଣୀ ଟିମ୍ ଓ ବାଳକ ଚମ୍ପିୟାନ ପାରଳାଖେମୁଣ୍ଡି ପୌର ପାଳିକା ଟିମ୍ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ , ଶାରୀରିକ ଶିକ୍ଷା ନିରୀକ୍ଷକ ସୁରେନ୍ଦ୍ର ପାତ୍ର , ପ୍ରିୟଦର୍ଶି ମିଶ୍ର , କାର୍ତିକ ମହାପାତ୍ର ଉପସ୍ଥିତ ଥିବାବେଳେ ସଭା ପରିଚାଳନା କରିଥିଲେ ଅମୂଲ୍ୟ ପାଣଗ୍ରାହୀ ଉପସ୍ଥିତ ଥିଲେ। ଅତିଥି ମାନେ ଖେଳାଳି ମାନଙ୍କୁ ଜିଲ୍ଲାର ଗୌରବ ବଜାୟ ରଖିବା ପାଇଁ ଶୁଭକାମନା କରିଥିଲେ ଓ ଖେଳୁଆଡ଼ ମନଭାବ ବଜାୟ ରଖିବା ପାଇଁ କହିଥିଲେ। ଏହି ଖେଳରେ ଜିଲ୍ଲାର ୧୯୫ ଜଣ ଛାତ୍ରୀ /ଛାତ୍ର ସହିତ ୮୫ ଜଣ ଖେଳ ଶିକ୍ଷକ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.