୯୯ ପ୍ରତିଶତ ଅର୍ଥ ବ୍ୟାଙ୍କକୁ ଫେରି ଆସିବାକୁ ବିରୋଧୀ ବିମୁଦ୍ରୀକରଣର ବିଫଳତା କହିବା ଭୁଲ  :  ଧର୍ମେନ୍ଦ୍ର ପ୍ରଧାନ 

0

ଚାଷୀ  ଆତ୍ମହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନାମ ନ ନେଇ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ସରକାର ଭ୍ରଷ୍ଟ, ଅପାରଗ, ଦୁର୍ନୀତିଗ୍ରସ୍ତ ହେବା ସହ ଚାଷୀ ହତ୍ୟାକାରୀ ସରକାର 

ନଭେମ୍ବର ୮ରେ କଳାଧନ ବିରୋଧ ଦିବସ ପାଳିବ ବିଜେପି 

 

 

ଭୁୁବନେଶ୍ୱର – ଚାଷୀତ୍ତ ଆତ୍ମହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସିଧା ସିଧା ନା ନ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଭ୍ରଷ୍ଟ, ଅପାରଗ, ଦୁର୍ନୀତିଗ୍ରସ୍ତ ହେବା ସହ ଚାଷୀ ହତ୍ୟାକାରୀ ବୋଲି  ମୁଖ୍ୟମନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦେଶ କରି କହିଛନ୍ତି ଶ୍ରୀ ପ୍ରଧାନ । 

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ କହିଛନ୍ତି ଯେ ସେ ଭୂତ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି । ଗୁଣିଆ ନାଁରେ ଝାଡିବାର ବାହା ବାହା ନେବା ପାଇଁ ପ୍ୟାକେଜ ଘୋଷଣା କରୁଛନ୍ତି ବୋଲି ସେ କହିଛନ୍ତି । 

ଚାଷୀଙ୍କୁ ମାରି ପ୍ୟାକେଜ ରାଜ୍ୟ ସରକାରଙ୍କୁ ଏକ ଘୋଷଣା ସର୍ବସ୍ୱ ସରକାର । ବିଜେପୁର ଉପ ନିର୍ବାଚନ ପୂର୍ବରୁ ହଜାର ହଜାର କୋଟିର ଘୋଷଣା ମୁଖ୍ୟମନ୍ତ୍ରୀ କରି ଚାଲିଥିବା ବେଳେ ୨୦୧୫ ମସିହାରେ ଧାନ ଉପରେ ୧୦୦ ଟଙ୍କାର ବୋନସ ଦେବା ପାଇଁ ବରଗଡ ଜିଲ୍ଲାରେ  ଘୋଷଣା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । 

ନଭେମ୍ବର ୧ ତାରିଖରେ ରାଜ୍ୟ ସରକାର ପେଷ୍ଟିସାଇଡ ଯୋଗାଇ ଦେବା ପାଇଁ ସୁରଭି ଯୋଜନା ମାଧ୍ୟମରେ ସରକାରଙ୍କର ଘୋଷଣାନାମା ପ୍ରକାଶ କରିଛନ୍ତି ।  ଏହି ଘୋଷଣା ୩ -୪ ମାସ ଆଗରୁ କରିବା ପାଇଁ କିଏ ରୋକି ଥିଲା  । ଚାଷୀଙ୍କୁ ସଂକଟରେ ପକାଇ ସେମାନଙ୍କ ପାଇଁ କେବଳ ଘୋଷଣା କରି ସେଥିରୁ ଫାଇଦା ନେବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତକୁ ରାଜ୍ୟର ଚାଷୀକୂଳ ଠିକ ଭାବେ ବୁଝିଛନ୍ତି । ରାଜ୍ୟର କୃଷି ଓ ସମବାୟ ବିଭାଗର ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ନିତିଦିନ ଝଗଡା ଲାଗି ଚାଷୀ ମାନଙ୍କର ସ୍ୱାର୍ଥ ବ୍ୟାଘାତ ହେଉଛି । ମାତ୍ର ଦୁଇ  ଜଣଙ୍କ କଳିକୁ ମାଙ୍କଡ ଭଳି ମୁଖ୍ୟମନ୍ତ୍ରୀ ଉପଭୋଗ କରୁଛନ୍ତି ବୋଲି  କହି ଶ୍ରୀ ପ୍ରଧାନ କଟୁ ସମାଲୋଚନା କରିଛନ୍ତି । 

ରାଜ୍ୟ ସରକାର କୃଷି କ୍ଷେତ୍ରରେ ଦୁର୍ନୀତିକୁ ରୋକିବା ପାଇଁ ଇନପୁଟ ସବସିଡିକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ ବ୍ୟାଙ୍କ ଖାତାରେ ଦେବାକୁ ଏକ ସମସ୍ୟା ବୋଲି କାହିଁକି ଭାବୁଛନ୍ତି  । କେବଳ ପେଟ୍ରୋଲିୟମ ବିଭାଗ ଦେଶର ୨୨ କୋଟି ଗ୍ରାହକଙ୍କୁ ୧୦୦ କୋଟି ଟଙ୍କାର ଅର୍ଥ ବ୍ୟାଙ୍କ ଖାତାରେ ବାର୍ଷିକ ପ୍ରଦାନ କରୁଛି । ରାଜ୍ୟର ୩୦-୪୦ ଲକ୍ଷ ପଂଜୀକୃତ ଚାଷୀଙ୍କୁ କାହିଁକି ରାଜ୍ୟ ସରକାର ବ୍ୟାଙ୍କ ଏକାଉଂଟରେ ଅର୍ଥ ଦେବାକୁ ବଡ କାମ ଭାବୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । 

  ଆସନ୍ତା ନଭେମ୍ବର ୮ ତାରିଖରେ ବିଜେପି ତରଫରୁ ସାରା ଦେଶରେ କଳାଧନ ବିରୋଧୀ ଦିବସ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ମଧ୍ୟ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃ୍ତ୍ୱରେ  ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଳା ଟଙ୍କା ବିରୋଧୀ  ଆନେ୍ଦାଳନକୁ ଦଳ ଜାରୀ ରଖିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି । 

ସେ କହିଛନ୍ତି ଯେ  ବର୍ଷେ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀକରଣ ସହିତ ଦେଶର ୧୨୫ କୋଟି ଜନତା ଠିଆ ହୋଇଥିଲେ । ସେ କହିଛନ୍ତି ଯେ  ପାଖାପାଖି ୯୯ ପ୍ରତିଶତ ବଜାରରେ ଥିବା ୫୦୦ ଓ ୧ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଆସିଛି ।  ଏହାର ଅର୍ଥ ହେଲା ସମସ୍ତ ହିସାବରେ ନ ଥିବା  ( ଅନ ଏକାଉଂଟେଡ) ଏବଂ କଳାଧନର ନାଁ ଓ ଠିକଣା ସ୍ପଷ୍ଟ ହେଇ ଯାଇଛି  ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତିି ଯେ ୯୯ ପ୍ରତିଶତ ଅର୍ଥ ବ୍ୟାଙ୍କକୁ ଫେରି ଆସିବାକୁ ବିରୋଧୀ ମାନେ ବିମୁଦ୍ରୀକରଣର ବିଫଳତା ଭାବରେ ବର୍ଣନା କରୁଛନ୍ତି ।  ଯେଉଁ ଅର୍ଥ ବ୍ୟାଙ୍କକୁ ଆସେ ତାହା ଧଳା ହୋଇ ଯାଏ ନାହିଁ ।  ୩.୬୮ ଲକ୍ଷ କୋଟି ଟଙ୍କା ଏବଂ ୨୩ ଲକ୍ଷ ଏକାଉଂଟ ଜାଂଚ ପ୍ରକ୍ରିୟାରେ ଅଛିା ଏହି ରାଶି ଛଡା  ବ୍ୟାଙ୍କ  ଓ ବିତୀୟ ସଂସ୍ଥାନ ଗୁଡିକ ୪.୭ ଲକ୍ଷ ସଂଦିଗ୍ଧ ନେଣ ଦେଣର ମଧ୍ୟ ଜାଂଚ କରୁଛନ୍ତି ।  

ସେ କହିଛନ୍ତି ଯେ ୧୬ ହଜାର କୋଟି ବ୍ୟାଙ୍କକୁ ଆଦୌ ଆସି ନାହିଁ ।  ୨୯ ,୨୧୩  କୋଟି ଟଙ୍କାର ଅଘୋଷିତ ଆୟ ଠାବ କରା ଯିବା ସହ ସ୍ୱୀକାରୋକ୍ତି ମିଳିଛି । ୧.୫ ଲକ୍ଷ ଲୋକ ମୋଟ ପାଖା ପାଖି ୫ ଲକ୍ଷ କୋଟି ଜମା କରିଛନ୍ତି ।  ଯାହା ମୋଟ ନଗଦ ଜମାର ଏକ ତୃତୀୟାଂଶ ଅଟେ ।  ଏହାର ଅର୍ଥ ହେଲା ୦. ୦୦୦୧୧ ପ୍ରତିଶତ ଲୋକ ୩୩ ପ୍ରତିଶତ ନଗଦ ଜମା କରିଛନ୍ତିି ।  ସେପ୍ଟେମ୍ବର  ୨୦୧୭ରେ  ୫ ଶହ ଓ ୨ ହଜାର ଟଙ୍କିଆ ନୋଟର  ବଜାର ୧୨ ଲକ୍ଷ କୋଟି ଟଙ୍କାର ଚାଲିଛି । ଯଦି ବିମୁଦ୍ରୀକରଣ ନ ହୋଇ ଥାନ୍ତା ଏହା ୧୮ ଲକ୍ଷ କୋଟି ଥାଆନ୍ତା । ଏହାର ଅର୍ଥ ହେଲା ୬ ଲକ୍ଷ କୋଟି ଟଙ୍କାର ଅଧିକ ମୁଲ୍ୟର ମୁଦ୍ରା ବଜାରରେ କମ ଚାଲୁଛି  ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ  ଅତ୍ୟାଧୁନିକ ଡାଟା ଆନାଲିସିସକୁ ବ୍ୟବହାର କରି ୧୭.୭୩ ଲକ୍ଷ ସଂଦିଗ୍ଧ ପ୍ୟାନ କାର୍ଡ ହୋଲ୍ଡର ଯେଉଁ ମାନଙ୍କର ନଗଦ ଜମା ଓ ଟିକସ ମେଳ ଖାଉ ନ ଥିବାରୁ ଜାଂଚ ପ୍ରକ୍ରିୟା ଚାଲିଛି ।  ବିମୁଦ୍ରୀକରଣ ପରେ ୨.୨୪ ଲକ୍ଷ ସେଲ କମ୍ପାନୀ ଜବତ ହୋଇଛନ୍ତି । 

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଓଡିଶାର ଗଣମାଧ୍ୟମରେ ଜନ ଧନ ବ୍ୟାଙ୍କ ଖାତାରେ ୮ ଶହ କୋଟି ଟଙ୍କା ଜମା ହୋଇଥିବା ତଥ୍ୟ ଦେଇଥିଲେ । କିଏ କେଉଁଠି ଡିପୋଜିଟ କଲା ତାର ହିସାବ ହେଲେ କଳାଧନର ମୁହଁ ଖୋଲିବ ବୋଲି ସେ କହିଛନ୍ତି 

Leave A Reply

Your email address will not be published.