ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ବିଶ୍ୱନାଥ ମହାନ୍ତି , ଫାୟାରମ୍ୟାନ ଶ୍ରୀ ରବୀନ୍ଦ୍ର ନାଥ ହେମ୍ବ୍ରମ , କାହ୍ନୁ ପାତ୍ର , ସଖୀ ୱାନଷ୍ଟପ କେନ୍ଦ୍ରର ମୋହିନୀ ପ୍ରଧାନ , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୱାଇ. ଧର୍ମା ରାଓ , ସହକାରୀ ଏନ୍‌ସିସି ଅଧିକାରୀ ତଥା ବିଦ୍ୟାଳୟର ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ , ସହକାରୀ ଶିକ୍ଷକ ଡି.ଶ୍ରୀରାମମୂର୍ତ୍ତୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଅତିଥିମାନେ ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କେ ବକ୍ତବ୍ୟ ରଖିଥିବା ବେଳେ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟର ମୁକାବିଲା କରିବା ସହ ହ୍ରାସ ନିମନ୍ତେ କିଭଳି ପଦକ୍ଷେପ ନେବେ ସେ ସମ୍ପର୍କରେ ବୁଝାଇଥିଲେ । ଏହି ଅବସରରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ମହାନ୍ତି ଉପସ୍ଥିତ ଥିବା ବିଦ୍ୟାଳୟର ଛାତ୍ର ଏବଂ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଅଗ୍ନିଶମ ବିଭାଗର କେତୋଟି ମହତ୍ତ୍ୱ ପୂର୍ଣ୍ଣ ବିଷୟ ବୁଝାଇବା ସହ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିହେବ ସେ ନେଇ ମକଡ୍ରିଲ କରି ଦେଖାଇଥିଲେ।
ବିଶେଷ କରି କୌଣସି ଅଗ୍ନିଜନିତ ଘଟଣାରେ କିପରି ନିଜେ ସୁରକ୍ଷିତ ରହି ଦୁର୍ଘଟଣାକୁ ଏଡାଇପାରିବେ ସେ ନେଇ ମକ୍‌ଡ୍ରିଲ ମାଧ୍ୟମରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ନେହେରୁ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ବେଳେ ପରିଚାଳନାରେ ଏ.ମହେଶ୍ୱର ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଉର୍ଦ୍ଧ ବିଦ୍ୟାଳୟର ଛାତ୍ରମାନଙ୍କ ସମେତ ସ୍ଥାନୀୟ ଯୁବକ ସଂଘର ସଦସ୍ୟ / ସଦସ୍ୟାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.