ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଗଜଲକ୍ଷ୍ମୀ ପୂଜା: ଚତୁର୍ଥ ସନ୍ଧ୍ୟାରେ ଆଳତୀରେ ସାମିଲ ହେଲେ ରାଜ୍ୟପାଳ

0

ଭୁବନେଶ୍ୱର :ଧରାବତରଣ କରିଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ। ମା’ଙ୍କ ଆବାହନ ପାଇଁ ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ। ବିଭିନ୍ନ ପୀଠ ଓ ମଣ୍ଡପରେ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ‌ ହୋଇଛି । ଚଳିତ ବର୍ଷ ମଧ୍ୟ, ୟୁନିଟ ୩ ଠାରେ ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଦ୍ଵାରା ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଏହା ଅକ୍ଟୋବର ୯ ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ, ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମ୍ମାନନୀୟ ଅତିଥି ବୃନ୍ଦ ଉପସ୍ଥିତ ରହିବା ସହ ଅନେକ ମନୋରଞ୍ଜକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

ଦୀର୍ଘ ୨୮ ବର୍ଷ ହେଲା ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପକ୍ଷରୁ ପ୍ରତି ବର୍ଷ ମାଆ ଲକ୍ଷ୍ମୀଙ୍କର ପୂଜା ସମସ୍ତ ରୀତି ନୀତି ରେ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ମା ଲକ୍ଷ୍ମୀ ଙ୍କର ଧୁମ୍ ଧାମ ରେ ପୂଜାର୍ଚ୍ଚନା କରାଯାଇଛି । ସୁନ୍ଦର ପ୍ରତିମା ସୁନ୍ଦର ତୋରଣ ରେ ସହ ଷୋଡ଼ଶ ଉପଚାରରେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଚାଲିଛି ।
ପୂଜାର ଚତୁର୍ଥ ସନ୍ଧ୍ୟାରେ ଆମ ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହୋଦୟ ପୂଜାସ୍ଥଳ ରେ ଉପସ୍ଥିତ ହୋଇ ମା ଙ୍କ ଆଳତୀ କରିବା ସହ, ନିଜର ଭବାପୂର୍ଣ୍ଣ ବକ୍ତବ୍ୟ ସହ ମା ଲକ୍ଷ୍ମୀ ଙ୍କର ଉଦ୍ଦେଶ୍ୟରେ ଏକ ଗୀତ ଦ୍ଵାରା ସମ୍ପୂର୍ଣ୍ଣ ପରିବେଶ କୁ ଭକ୍ତିପୂର୍ଣ୍ଣ କରିଦେଇଥିଲେ । ଓଡ଼ିଶା ର ପର୍ବ ଭାଷା, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ବିସ୍ତୃତ ବ୍ୟାଖ୍ୟା କରିବା ସହ ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଅନୁଭବ କରିଥିଲେ ।

Leave A Reply

Your email address will not be published.