ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ୱାସ୍ଥ୍ୟସମିତି ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଆଶାମାନେ ଓ ନର୍ସିଂ ଛାତ୍ରମାନଙ୍କ ସହ ଜିଲ୍ଲାସ୍ତରୀୟ ଅଫିସରମାନେ ଏକ ରାଲି ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ l ଉକ୍ତ ରାଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପତାକା ଦ୍ୱାରା ଉଦଘାଟନ କରିଥିଲେ l ତାପରେ ସମସ୍ତେ ସଭାଗୃହଠାରେ ଉପସ୍ଥିତ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଏଡିଏମ ସଚ୍ଚିଦାନନ୍ଦ ସାହୁ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ, ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମାନସିକ ରୋଗର ବିଭିନ୍ନ ସାମାଜିକ ସମସ୍ୟା ଓ ଏହାର ନିରାକରଣ ବିଷୟରେ ଅବଗତ କରାଇଥିଲେ ଓ ଏଡିଏମ ସଚ୍ଚିଦାନନ୍ଦ ସାହୁ ଏହି ପରିବାରରୁ ଆରମ୍ଭ କରିବା ଉଚିତ ଓ ମୋବାଇଲ ଫୋନରେ ନିଜକୁ ସୀମିତ ନ ରଖି ପରସ୍ପର ସହ ସ୍ନେହ ସହାନୁଭୂତିର ସହ କଥାବାର୍ତ୍ତା ହେବା ଉଚିତ ଓ ପିଲାମାନଙ୍କୁ ମଧ୍ୟ ଶିଖେଇବା ଉଚିତ ବୋଲି ଅବଗତ କରାଇଥିଲେ, ଏଡିଏମ ଡାକ୍ତର ନିମାଇଁ ଚରଣ ନାୟକ ଏହା ବିଗତ ୨ ବର୍ଷର କୋଭିଡ ସମୟରେ ସୃଷ୍ଟି କରିଥିବା ସମସ୍ୟା ଓ କେତେ ଜୀବନ ନଷ୍ଟ କରିଦେଇଥିଲା, ଆମମାନଙ୍କ କଣ ସବୁ ଭୂମିକା ରହିଛି ସେ ବିଷୟରେ ଅବଗତ କରାଇଥିଲେ l ସାଇକ୍ରିଅଟ୍ରିଷ୍ଟ ଡାକ୍ତର ମନୋଜ କୁମାର ପଣ୍ଡା ସୁସ୍ଥ ମାନସିକ ବ୍ୟକ୍ତି କାହାକୁ କହିବ ଓ କେଉଁ ସବୁ ଲକ୍ଷଣ ମାନସିକ ରୋଗ ବୋଲି ସନ୍ଦେହ କରିବା ଏବଂ ଚିକିତ୍ସା ଓ ପରାମର୍ଶ ବିଷୟରେ ଅବଗତ କରାଇଥିଲେ l ଏଡଏମ ଡାକ୍ତର ରଶ୍ମିରଂଜନ ପଟ୍ଟନାୟକ ଆଶା ଓ ସ୍ବାସ୍ଥ୍ୟକର୍ମୀଙ୍କୁ ବିଷୟରେ ଅବଗତ କରାଇଥିଲେ, ଡିପିଏମ ଚକ୍ରଧର ଜେନା ପରିଚାଳନା କରିଥିଲେ l ଛାତ୍ରୀମାନେ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ଏଡିଏମ ସଚ୍ଚିଦାନନ୍ଦ ସାହୁ ପୁରସ୍କୃତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ନାରାୟଣୀ ସ୍କୁଲ ଅଫ ନର୍ସିଂ ଟିଉଟର ମାଳତୀ ସ୍ୱାଇଁ ଓ ଛାତ୍ରଛାତ୍ରୀ, ଜିଲ୍ଲାସ୍ତରରୁ WHO ର ଡାକ୍ତର ସମ୍ବିତ ପ୍ରଧାନ, ଡାକ୍ତର ଅଶୋକ କୁମାର ସାହୁ, ଡାକ୍ତର ପ୍ରଭାସ ସ୍ୱାଇଁ, ମମତା ଦାଶ, ମାନସିକ ସ୍ୱାସ୍ଥ୍ୟ ବିଭାଗର ସୁସ୍ମିତା ମାଝୀ, ପ୍ରଶାନ୍ତ ମହାପାତ୍ର ଶେଷରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚ୍ଚଳା ମହାନ୍ତି ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post