ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ପଞ୍ଚାୟତ ଲଉଡ଼ିଦରହା ଗ୍ରାମ ରେ ରାବଣ ପୋଡି ଉତ୍ସବ ଗତ 9,10 ଦିନ ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ରାମ, ସୀତା, ଲକ୍ଷ୍ମଣ, ହନୁମାନ ଙ୍କ ମୂର୍ତ୍ତି ନିର୍ମାଣ ସହ ପୂଜା ମଣ୍ଡପ କୁ ସଜ୍ଜିତ କରିବା ସହ ପୂଜାମଣ୍ଡପ ରୁ ସେବାଶ୍ରମ ସ୍କୁଲ, ସୋସାଇଟି ସାମ୍ନା ରେ ଥିବା ବଡ଼ ପଡିଆ ପର୍ଯ୍ୟନ୍ତ ରଙ୍ଗ ବେରଙ୍ଗ ଆଲୋକ ମାଳା ରେ ସଜା ଯାଇଥିଲା ତିନିଦିନ ଧରି ଚାଲିଥିବା ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଭଜନ କୀର୍ତନ ଅନୁଷ୍ଠିତ ହୋଇଥିଲା l ଏହି ରାବଣ ପୋଡି ଦେଖିବା କୁ ଆଖ ପାଖ ତଥା ପଡୋଶୀ ଛତିଶଗଡ ଅଞ୍ଚଳ ରୁ ହଜାର ହଜାର ସଂଖ୍ୟା ରେ ଦର୍ଶକ ଉପସ୍ଥିତ ଥିଲେ l ଗ୍ରାମ ରେ ପ୍ରବଳ ଜନଗହଳି ହୋଇଥିଲେ ମଧ୍ୟ ଜଗଦଳପୁର ଥାନା ଅଧିକାରୀ ସୁଷମା କୁଅଁର ଓ କର୍ମଚାରୀ ଶାନ୍ତି ଶୃଙ୍କଳା ରକ୍ଷା କରିଥିଲେ l କର୍ତ୍ତା ଭାବରେ ପ୍ରଫେସର ମହେନ୍ଦ୍ର ଭୋଇ ଓ ତାଙ୍କ ପତ୍ନୀ ଅଧ୍ୟାପିକା ଉମା ପଧାନ ଦାୟିତ୍ୱ ତୁଲାଇ ଥିବା ବେଳେ ପଣ୍ଡିତ ମନୋଜ ପାଢ଼ୀ, ଖଗେଶ୍ୱର ମହାପାତ୍ର, ଜଗତ ସାହୁ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ l ଗ୍ରାମବାସୀ, କିଶୋର ସାମଲ, କୁମର ଭୁଏ, ରାହୁଲ ଭୋଇ, ଅକ୍ଷୟ ଭୁଏ, ରାମଦାସ ମାଝୀ, ନରେଶ ଠାକୁର ସୁଶାନ୍ତ ସିଂ, ମହେନ୍ଦ୍ର ପଧାନ,ରାବିଶଙ୍କର ପ୍ରଧାନ, ରଜନୀ ବରିହା, ମନୋଜ ପଧାନ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post