ଭଞ୍ଜନଗର: ଚଳିତ ବର୍ଷର ଓଡିଶା ପ୍ରଶାସନିକ ସେବାର ରେଜଲ୍ଟ ଶୁକ୍ରବାର ପ୍ରକାଶ କରିଛି। ଏଥିରେ ଘୁମୁସର ମାଟି ପାଇଁ ଗର୍ବ ଆଣିଛନ୍ତି ଭଞ୍ଜନଗର ଥାନା ନିକଟ ଭଞ୍ଜ ପରିଷଦ ଗଳିରେ ରହୁଥିବା ଫାଲଗୁନୀ କୁମାର ଓ ଜଗନ୍ନାଥ ପ୍ରସାଦ ନିକଟସ୍ଥ ଜଗନ୍ନାଥପୁର ଶାସନ ଗ୍ରାମର ସ୍ୱର୍ଗତ ସୁରେନ୍ଦ୍ର ଦାସ ଙ୍କ ଝିଅ ଲିପିନା ଦାସ। ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଓଡିଶା ସ୍ତରରେ ଫାଲଗୁନି ୧୯୯ନଂ ଓ ଲିପିନା ୫୫ନଂ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପିତା ରାଜେନ୍ଦ୍ର କୁମାର ସାହୁ ଓ ମାତା ସବିତା କୁମାରୀ ସାହୁଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଫାଲଗୁନୀ।ଗତ ଦୁଇ ବର୍ଷ ହେଲା କରୋନା ସମୟରେ ଘରେ ରହି ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରି ସେ ଓଏଏସ ପାଇଁ ନିଜକୁ ପ୍ରସ୍ତୁତ କରିବା ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଭବିଷ୍ୟତରେ ଦେଶସେବା ପାଇଁ ଲକ୍ଷ୍ୟ ରଖିଥିବା ଫାଲଗୁନୀ କହିଛନ୍ତି। ସେହିପରି ଲିପିନା ଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅଛୁଟିଛି। ପ୍ରଥମ ମହିଳା ଭାବେ ପାଇଁ ଜଗନ୍ନାଥ ପ୍ରସାଦ ଅଞ୍ଚଳରୁ ଲିପିନା ଓଏଏସ ପାଇଁ ମନୋନୀତ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.