ଜଗତସିଂହପୁର ଠାରେ ରାବଣ ପୋଡି ଉତ୍ସବ ପାଳି

0

 

ଜଗତସିଂହପୁର / ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଶ୍ରୀରାମ କ୍ଳବ ଆନୁକୂଲ୍ୟରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଉପସ୍ଥିତ ଜନତାଙ୍କୁ ଦଶହରା ଅଭିନନ୍ଦନ ଜଣାଇଥିଲେ।ସେ କହିଥିଲେ ଏମାଟି ଶାରଳାଙ୍କ ମାଟି।ଗତ ଦୁଇ ବର୍ଷ ହେବ କରନା ମହାମାରୀ ପାଇଁ ଆମେ ରାବଣ ପୋଡି ଉତ୍ସବ ବନ୍ଦ ଥିଲା।ରାବଣ ପୋଡି ତ୍ରେତୟା ଯୁଗର କାହାଣୀ ଆଜି ଭାରତ ବର୍ଷର ସମସ୍ତ ଙ୍କ ମନ ଭିତରେ ରହିଛି ।ରାମଚନ୍ଦ୍ର ସୀତା ମାଆ ଙ୍କୁ ଅପହରଣ କରିଥିବା ରାବଣ କୁ ବଧ କରିଥିଲେ।ଏଣୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ।ଜିଲାପାଳ ପାରୁଲ ପଟାୱରୀ ରାବଣ ପୋଡି ଆୟୋଜକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଦୁଇ ବର୍ଷ ପରେ ଏହି ରାବଣ ପୋଡି ଉତ୍ସବ ରେ ବହୁ ସଂଖ୍ୟକ ଜିଲ୍ଲାବାସୀ ଉପସ୍ଥିତ ହୋଇଥିବାରୁ ଏହାକୁ ଉପଭୋଗ କରିବାପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ପୋୖରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ଯୋଗ ଦେଇ କହିଲେ ଆଜି ହେଉଛି ପବିତ୍ର ବିଜୟା ଦଶମୀ ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ରାବଣ କୁ ବଧ କରିଥିଲେ।ଆଜିର ଦିନ ହେଉଛି ଦୁରାଚାରି,ଅନ୍ୟାୟ ଅତ୍ୟାଚାର ଉପରେ ସତ୍ୟର ଵିଜୟ ଦିବସ।ଶ୍ରୀରାମ କ୍ଲବର ସଭାପତି ରତ୍ନାକର ବିଶ୍ୱାଳ ଉତ୍ସବ ରେ ଯୋଗଦେଇ କହିଲେ ଆମର ସଂସ୍କୃତି ଓ ପରମ୍ପରା ମହାନ।1988ମସିହା ଠାରୁ ଜଗତସିଂହପୁର ଠାରେ ରାବଣ ପୋଡି ଉତ୍ସବ ଶ୍ରୀରାମ କ୍ଳବ ପକ୍ଷରୁ ଆୟୋଜିତ ହୋଇଆସୁଛି।ରାବଣ ପୋଡି ଉତ୍ସବ ଉପଲକ୍ଷେ ମୁକ୍ତାକାଶ ରଙ୍ଗମଞ୍ଚ ନାଟକ ଦୁଃଖୀ ରାମ ସ୍ବାଇଁ କଳା ପ୍ରତିଷ୍ଠାନ, ଜଗତସିଂହପୁର ପକ୍ଷରୁ ଆୟୋଜିତ ହୋଇଥିଲା।ଶ୍ରୀରାମ କ୍ଲବର ସମ୍ପାଦକ ଵିଜୟ କୁମାର ରାଉତ ଯୋଗଦେଇ କହିଲେ ଆଜିର ଏହି ରାବଣ ପୋଡି ଉତ୍ସବ ରେ ଅସତ୍ୟ, ହିଂସା ଅହଙ୍କାର ର ପରାଜୟ ଘଟିଛି।ଆସନ୍ତା କାଲି ଏକ ସୁନ୍ଦର ସମାଜ ଗଠନ କରିବାକୁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ।ଏହି ରାବଣ ପୋଡି ଉତ୍ସବ ରେ ସହର ଓ ପୁରପଲ୍ଲୀରୁ ମାଆ, ଯୁବକ ଭାଇ ଭଉଣୀ ମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ।ଜଗତସିଂହପୁର ପୋଲିସ ବାହିନୀ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପ୍ରସ୍ତୁତି ହୋଇଥିଲା।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ଖୋଲା ଯାଇ ଜନ ସାଧାରଣଙ୍କୁ ସଚେତନ କରିବା ସହ ଉତ୍କଳ ପ୍ରସଙ୍ଗ ଓଡିଶା ରିଭ୍ୟୁ ବିକ୍ରୟ କରାଯାଇଥିଲା।

Leave A Reply

Your email address will not be published.