ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶା-ମୋ ପରିବାରର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଓଡ଼ିଶା-ମୋ ପରିବାର ଦ୍ୱାରା ସଂପାଦନା ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାବଳୀ ଉପରେ ଆଲୋଚନା କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକରେ ରକ୍କ ଯୋଗାଉଥିବା ପ୍ରମୁଖ ସାମାଜିକ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଓଡ଼ିଶା-ମୋ ପରିବାର ପରିସର ଭୁକ୍ତ ହେବାଠାରୁ ମାତ୍ର ୨୦ ମାସରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ କରି ସାରିଛି । ତେବେ ରକ୍ତ ଚାହିଦା ଓ ଯୋଗାଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକମାନଙ୍କ ବ୍ୟତିତ ପ୍ରତ୍ୟକ ବ୍ଲକ ସ୍ତରରେ ସଂଯୋଜକ ମାନଙ୍କୁ ନିଯୁକ୍ତ କରାଯିବା ପାଇଁ ପ୍ରସ୍ତାବ ଉପସ୍ଥାପନା ହୋଇଥିଲା । ସେହିପରି ରାଜ୍ୟର ପ୍ରମୁଖ ୯ଟା ଡାକ୍ତରଖାନାରେ ଓଡ଼ିଶା-ମୋ ପରିବାର ଦ୍ୱାରା ହେଲ୍ପଡେସ୍କ ସ୍ଥାପନ କରାଯାଇ ରୋଗୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏହାର ଚାହିଦାକୁ ଦୃଷ୍ଟିରେ ରଖି ଅନ୍ୟ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଖୁବ୍ ଶୀଘ୍ର ହେଲ୍ପଡେସ୍କ ସ୍ଥାପନା କରାଯିବ ବୋଲି ଆଲୋଚନା କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ବିପନ୍ନ ପ୍ରବାସୀ ଓଡ଼ିଆ ମାନଙ୍କୁ ସହାୟତା କ୍ଷେତ୍ରରେ ଉପୁଜୁଥିବା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉପୁଜୁଥିବା ଅସୁବିଧାକୁ ସୂଚାର ରୂପେ ସମାଧାନ କରିବାପାଇଁ ଓଡ଼ିଶା-ମୋ ପରିବାର ଆଗାମୀ ଦିନରେ ଗ୍ରହଣ କରିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଶେଷରେ ଚଳିତ ମାସ ଅକ୍ଟୋବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଓଡ଼ିଶା-ମୋ ପରିବାର ଦ୍ୱାରା ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ବୈଠକରେ ଉପସ୍ଥିତ ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରକାଶ କରିଥିଲେ।
ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ସାଂସଦ ଶ୍ରୀ ପିନାକି ମିଶ୍ର, ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଓଡ଼ିଶା ମୋ ପରିବାର ସଦସ୍ୟା ଶ୍ରୀମତି ଭାରତୀ ସିଂହ, ଓଡ଼ିଶା-ମୋ ପରିବାର ସହ ଆବାହକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ସଂପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ ଓ ସୁବାଷ ପାତ୍ର, ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ସାମନ୍ତରାୟ ଓ ଶ୍ରୀ ରଞ୍ଜିତ ରାୟ, ଆଇନ ଉପଦେଷ୍ଟା ଶ୍ରୀ ଅବନୀ ସାହୁ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ, ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ ଲାଇନ୍ ମାଧ୍ୟମରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ମାନେ ଯୋଡ଼ି ହୋଇ ଏହି ସମୀକ୍ଷା ବୈଠକରେ ନିଜ ନିଜର ମନ୍ତବ୍ୟ ରଖିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post