ଭୁବନେଶ୍ୱର: ବେଶୀ ଦିନ କଥା ନୁହେଁ, ସମ୍ବଲପୁର ଜିଲା ହୀରାକୁଦ ଗ୍ରାମର ନିଳିମା ସାହୁ ତାଙ୍କର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ସଂଘର୍ଷ କରୁଥିଲେ । କିନ୍ତୁ ଦିନେ ତାଙ୍କ ପାଇଁ ଏବଂ ତାଙ୍କ ଭଳି ପରିବାରଗୁଡିକ ନିମନ୍ତେ ଜୀବନରେ ପରିବର୍ତ୍ତନ ଆସିଲା । ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ ୟୁନିଟ୍ ହିଣ୍ଡାଲକୋ, ହୀରାକୁଦ ଏହାର କାରଖାନା ଚତୁର୍ପାଶ୍ୱର୍ରେ ବାସ କରୁଥିବା ମହିଳାଙ୍କର ସାମାଜିକ-ଅର୍ଥନୈତିକ ଉତ୍ଥାନ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଗୁଡିକ ଗଠନ କରି ସମ୍ବଲପୁରର ମହିଳାଙ୍କୁ ସଶକ୍ତ କରିବା ସକାଶେ ‘ପ୍ରୋଜେକ୍ଟ ସ୍ୱାବଲମ୍ବୀ’ ଆରମ୍ଭ କଲା ।
ଶ୍ରୀ କୈଳାସ ପାଣ୍ଡେ, ହିଣ୍ଡାଲକୋ କ୍ଲଷ୍ଟର ହେଡ୍ କହନ୍ତି, “ଆମେ ଏହି ଅଞ୍ଚଳର ମହିଳାମାନଙ୍କ କଲ୍ୟାଣ ସମ୍ପର୍କରେ ସଚେତନ ରହିଛୁ ଏବଂ ଏସଏଚଜିଗୁଡିକୁ ପ୍ରୋତ୍ସାହିତ କରି ଆମେ ସେମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଏକ ଭାବ ଜାଗ୍ରତ କରିବାକୁ ଚାହୁଁଛୁ, ଯଦ୍ଦ୍ୱାରା ସେମାନେ ଇଜ୍ଜତ ଓ ଆତ୍ମସମ୍ମାନର ସହିତ ବଞ୍ଚିପାରିବେ । ଆମର ନିୟୋଜନ କେବଳ ଏସଏଚଜିଗୁଡିକୁ ପ୍ରୋତ୍ସାହିତ କରିବା ମଧ୍ୟରେ ସୀମିତ ନୁହେଁ, ବରଂ ତାହାସହିତ ଆମେ ମହିଳାମାନଙ୍କୁ ଟେଲରିଂ, ଫିନାଇଲ ପ୍ରସ୍ତୁତି ଆଦି ସେମାନଙ୍କର ସ୍ୱାଧୀନ ବ୍ୟବସାୟ ଆରମ୍ଭ କରି ଜଣେ ଜଣେ ଉଦ୍ୟୋଗୀରେ ପରିଣତ ହେବାକୁ ସଶକ୍ତ କରୁଛୁ । ଏହି ଗୋଷ୍ଠୀର ସଦସ୍ୟାଗଣ ଏସଏଚଜି ପରିଚାଳନାର ସମସ୍ତ ଟିକିନିଖି ବିଷୟ ବୁଝିବା ସକାଶେ ସେମାନଙ୍କୁ ସାମର୍ଥ୍ୟ ନିର୍ମାଣ ତାଲିମ ପ୍ରଦାନ କରାଯାଇଥିଲା । ସେମାନଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ହ୍ୟାଣ୍ଡ ଗ୍ଲୋଭସ୍ ପ୍ରସ୍ତୁତି, ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, ଛତୁ ଚାଷ, ଫୁଲ ଚାଷ, ଉଦ୍ୟାନକୃଷି, ଗୋପାଳନ, ଘୁଷୁରୀ ପାଳନ, ଛତୁଆ ପ୍ରସ୍ତୁତି, ଘାସ ଛାଡୁ ତିଆରି, ଫିନାଇଲ ଉତ୍ପାଦନ, ଟେଲରିଂ, ହସ୍ତଶିଳ୍ପ ଆଦି ବିବିଧ ଆୟ ଉପାର୍ଜନକାରୀ କାର୍ଯ୍ୟକଳାପରେ ସେମାନଙ୍କୁ ନିୟୋଜିତ କରିବା ସକାଶେ ଆର୍ଥିକ ସହାୟତା ଯୋଗାଇବା ବ୍ୟବସ୍ଥା କରାଯାଇଥିଲା ଏବଂ ଏସବୁ ସହିତ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରକଳ୍ପ ଏବଂ ପିଡିଏସ୍ କାର୍ଯ୍ୟକଳାପରେ ସଂପୃକ୍ତ କରାଯାଇଥିଲା । ଏହି ସମସ୍ତ ପ୍ରୟାସ ଦ୍ୱାରା ସଦସ୍ୟାମାନଙ୍କର ଆର୍ଥିକ ପରିସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥିଲା ।”
“ମାତ୍ର ୨୫ଟି ଏସଏଚଜିଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ସମ୍ପ୍ରତି ୬୪ ଏସଏଚଜି ରହିଛନ୍ତି ଏବଂ ସେମାନଙ୍କ ଅଧୀନରେ ୭୬୫ ଜଣ ସଦସ୍ୟା କାର୍ଯ୍ୟ କରୁଛନ୍ତି । ସେମାନଙ୍କର ବ୍ୟାଙ୍କ ଖାତାରେ ୮୩.୨୫ ଲକ୍ଷ ଟଙ୍କା ସଞ୍ଚିତ ରହିଛି । ଏହି ଏସଏଚଜିଗୁଡିକ ମଧ୍ୟ ଆୟକାରୀ କାର୍ଯ୍ୟକଳାପ ନିମନ୍ତେ ଜାତୀୟକରଣ ବ୍ୟାଙ୍କଗୁଡିକରୁ ୯୫.୭୫ ଲକ୍ଷ ଟଙ୍କା ଋଣ ନେଇଥିଲେ,” ବୋଲି ଶ୍ରୀ ପାଣ୍ଡେ କହିଛନ୍ତି ।
ବିଭିନ୍ନ ଏସଏଚଜିର ସଦସ୍ୟାମାନେ ସେମାନଙ୍କ ଜୀବନ ଏବଂ ସାମାଜିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ଏହିଭଳି ପ୍ରୟାସଗୁଡିକ ନିମନ୍ତେ ହିଣ୍ଡାଲକୋକୁ ଧନ୍ୟବାଦ ଜଣାଇଛନ୍ତି ।
“ଏଠାରେ ଆମେ କେବଳ ଆମର ଗୁଜୁରାଣ ମେଣ୍ଟାଇବାକୁ କାମ କରୁନାହୁଁ, ବରଂ ତାହାସହିତ ପିଲାମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଯୋଗାଇଦେଇ ଆଇସିଡିଏସ୍କୁ ସହାୟତା କରୁଛୁ । ଏସଏଚ୍ଜି ଗଠନ ଏବଂ ସରକାରଙ୍କୁ ସାମଗ୍ରୀ ଯୋଗାଣ ବୃଦ୍ଧି କରିବା ଦିଗରେ ସରକାରୀ କଳ ସହିତ ସମନ୍ୱୟ ରକ୍ଷା କରିବା ନିମନ୍ତେ ଆମେ ହିଣ୍ଡାଲକୋ ସିଏସ୍ଆର ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ ନିକଟରେ କୃତଜ୍ଞ,” ବୋଲି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛତୁଆ ଯୋଗାଇ ଦେଉଥିବା ଗାନ୍ଧୀନଗରସ୍ଥିତ ଅନ୍ନପୂର୍ଣ୍ଣା ଏସଏଚ୍ଜିର ପ୍ରେସିଡେଣ୍ଟ ତନୁଶ୍ରୀ ସାହୁ କହିଛନ୍ତି । ଗୋଷ୍ଠୀଗୁଡିକ ନିମନ୍ତେ ହିଣ୍ଡାଲ୍କୋର କଲ୍ୟାଣକାରୀ ପଦକ୍ଷେପଗୁଡିକୁ ପ୍ରଶଂସା କରି ଧନକଉଡା ବ୍ଲକ୍ ସିଡିପିଓ ପୁଷ୍ପାଞ୍ଜଳି ମିଶ୍ର କହିଛନ୍ତି, “ମହିଳା ସଶକ୍ତିକରଣ ନିମନ୍ତେ ହିଣ୍ଡାଲ୍କୋର ଉଦ୍ୟମ ସମାଜର ବିକାଶ ଦିଗରେ ଏକ ଉତ୍ତମ ପ୍ରୟାସ ହୋଇଛି ଏବଂ ଏହା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିପାରିଛି ଏବଂ ଅଧିକାଂଶ ଏସଏଚ୍ଜି ସାମାଜିକ ସୁରକ୍ଷା ସୁବିଧା ଥାଇ ବ୍ୟାଙ୍କ ସଂଯୋଗୀକରଣ ସୁଯୋଗ ଲାଭ କରିଛନ୍ତି ଏବଂ ସେମାନଙ୍କର ପରିବାରଗୁଡିକୁ ଉଭୟ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସହାୟତା କରିବାରେ ସମର୍ଥ ହୋଇପାରୁଛନ୍ତି ।” ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ଦେବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍ର ସିଏସ୍ଆର କାର୍ଯ୍ୟକଳାପ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର୍ କମ୍ୟୁନିଟି ଇନିସିଏଟିଭ୍ସ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧୀନରେ କାର୍ଯ୍ୟକାରୀ ହେଉଛି । ଗ୍ରୁପ୍ର ଲକ୍ଷ୍ୟ ହେଉଛି ଏହା ନିଜର ବ୍ୟବସାୟ ପରିଚାଳନା କରୁଥିବା ଅଞ୍ଚଳରେ ଗୋଷ୍ଠୀଗୁଡିକର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସକ୍ରିୟ ଅବଦାନ ରଖିବା । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ ଏବଂ ଦୀର୍ଘସ୍ଥାୟୀ ଜୀବନ ଧାରଣ ପନ୍ଥା ସୃଷ୍ଟି କରିବା, ଏବଂ ରାଷ୍ଟ୍ରର ମାନବ ବିକାଶ ସୂଚୀରେ ଅଭିବୃଦ୍ଧି ଘଟାଇବାକୁ ଲକ୍ଷ୍ୟ ରଖାଯାଇଛି । ଗ୍ରୁପ୍ର ସିଏସଆର୍ ଦୃଷ୍ଟିଭଙ୍ଗୀ ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ୟୁଏନ୍ଏସ୍ଡିଜି ମୁତାବକ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Prev Post