ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

0

ଭୁବନେଶ୍ୱର : ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ପିପିଲି ସ୍ଥିତ ପୁବଶାସନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତା. ୨୪.୦୯.୨୦୨୨ ରିଖ ରେ ଅନୁଷ୍ଠିତ ହୋଇଥିଲା । ଅତିଥି ମାନଙ୍କୁ ବୃକ୍ଷ ଚାରା ଦେଇ ସ୍ଵାଗତ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ସ୍ବରାଷ୍ଟ୍ର ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ସରୋଜ କୁମାର ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷର ମହତ୍ଵ ଓ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷରୋପଣ ର ଗୁରୁତ୍ଵ ଉପରେ ଦିଗଦର୍ଶନ ଦେଇଥିଲେ । ଉପ ଶାସନ ସଚିବ ଶ୍ରୀ ତାପସ କୁମାର ସାହୁ, ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବଟକୃଷ୍ଣ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା କୁମାରୀ ଦାଶ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଜୀବନ ସମୟରେ ବୃକ୍ଷରୋପଣ କରି ତାର ଯତ୍ନ ନେବାକୁ ଉତ୍ସାହିତ କରିଥିଲେ ।

ଅନୁଶାସନ ସଚିବ ଶ୍ରୀ ଆଲୋକ କୁମାର ବେହୁରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ପରିଷଦ ର ସାଧାରଣ ସମ୍ପାଦକ ଶ୍ରୀ ବିଜୟ ସ୍ୱରୂପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ ପରିଷଦର ସଭ୍ୟ ଓ ସଭ୍ୟା ମାନଙ୍କ ସହିତ ବିଦ୍ୟାଳୟ ପରିସରରେ ବିଭିନ୍ନ ଗଛ ଲଗାଇ ଥିଲେ ।

ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପ୍ରୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ସଭ୍ୟ ଓ ସଭ୍ୟା ମାନେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.