ଭୁବନେଶ୍ୱର: ବହୁ ପ୍ରକାର ସମସ୍ୟା ଥବା ଏକ ୭୦୦ ଗ୍ରାମର ଅପରିପକ୍ୱ ନବଜାତ ଶିଶୁର ଜୀବନ ରକ୍ଷା କରିଛନ୍ତି ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ଏନ୍ଆଇସିୟୁ ଟିମ୍ । କିଭଳି ଏହି ନବଜାତ ଶିଶୁର ଜୀବନକୁ ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ମେଡିକାଲ୍ ଷ୍ଟାଫ୍ ରକ୍ଷା କରିଥିଲେ ତାହା ବର୍ଣ୍ଣନା କରାଯାଇଛି ।
ଗତ ଜୁନ୍ ମାସରେ ଗର୍ଭାବସ୍ଥାର ୨୫ ସପ୍ତାହରେ ଓଡ଼ିଶାର ପୁରୀର ଜଣେ ମହିଳା ଜଣେ ବାଳିକା ଶିଶୁ ପ୍ରସବ କରିିଥିଲେ । ଗର୍ଭଧାରଣ ପରେ ମାତାପିତା ଆମ୍ରି ହସ୍ପିଟାଲ୍ସର ସ୍ତ୍ରୀ ଓ ପ୍ରସୂତୀ ରୋଗ ଡାକ୍ତର ମୋନିକା ଗୁପ୍ତାଙ୍କ ପାଖରେ ଚିକିତ୍ସାହେଉଥିଲେ । ଯେତେବେଳେ ନିର୍ଧାରିତ ସମୟର ବହୁ ପୂର୍ବରୁ ଶିଶୁର ପ୍ରସବ ହୋଇଗଲା ସନ୍ତାନଟିକୁ ବଂଚାଇବା ଲାଗି ପିତାମାତା ସଙ୍ଗେ ସଙ୍ଗେ ଆମ୍ରି ହସ୍ପିଟାଲ ଶିଶୁ ଓ ନିଓନାଟୋଲୋଜି ବିଭାଗ ସହ ଯୋଗାଯୋଗ କରିଥିଲେ ।
ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ର ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ, ଡାକ୍ତର ମୋନିକା ଗୁପ୍ତା ଓ ଏନ୍ଆଇସିୟୁ ଟିମ୍ ଶିଶୁର ଚିକିତ୍ସା କରିବା ସହ ଯତ୍ନ ନେଇଥିଲେ । “ଶିଶୁଟି ବହୁ ଛୋଟ ଥିଲା ଓ ଆଗୁଆ ପ୍ରସବ କାରଣରୁ ଅନେକ ଜଟିଳତା ଥିଲା । ଚିକିତ୍ସା ସମୟରେ ଅନେକ ଅସୁବିଧା ଲାଗି ରହିଥିଲା । ଶିଶୁକୁ ସରଫାକ୍ଟାଂଟ୍ର ୩ଟି ଡୋଜ୍ ଦିଆଯାଇଥିଲା, ୧ ମାସ ଭେଂଲିଟେର ସହାୟତାରେ ରଖାଯାଇଥିଲା ଏବଂ ପେସେଂଟ୍ଡକ୍ଟସ୍ ଆର୍ଟେରିଓସସ୍ ବନ୍ଦ ପାଇଁ ଚିକିତ୍ସା କରାଯାଇଥିଲା । ଯେତେବେଳେ ନିମୋନିଆ ଓ ସେପ୍ସିସ୍ ବିକାଶ ହେଲା ତା’ ପରେ ଆମେ ପ୍ରାୟତଃ ଆଶା ଛାଡ଼ି ଦେଇଥିଲୁ, କିନ୍ତୁ ଶିଶୁଟି ଲଢ଼ୁଆ ଥିଲା । ଆମର ସମସ୍ତ ଡାକ୍ତର ଓ ନର୍ସଙ୍କ ଉଦ୍ୟମ ପରେ ଆମେ ସେହି ସମସ୍ୟାକୁ ଦୂରେଇ ପାରିଥିଲୁ । ସେ ବର୍ତମାନ ସୁସ୍ଥକର ଓ ନୁ୍ୟରୋଲୋଜି (ସ୍ନାୟୁ) ଦୃଷ୍ଟିରୁ ସ୍ୱାଭାବିକ । ଶିଶୁର ଜୀବନକୁ ରକ୍ଷା କରିବା ଏବଂ ପିତାମାତାଙ୍କ ସହ ଖୁସିରେ ତାକୁ ଘରକୁ ପଠାଇପାରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ବୋଲି ଶିଶୁର ଚିକିତ୍ସା କରିଥିବା ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ ଓ ଡାକ୍ତର ମୋନିକା ଗୁପ୍ତା କହିଛନ୍ତି ।
ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ଉପ ସଭାପତି ଓ ୟୁନିଟ୍ ମୁଖ୍ୟ ମିସ୍ ନିଲଞ୍ଜନା ମୁଖାର୍ଜୀ କହିଛନ୍ତି ଯେ, “ଷ୍ଟେଟ୍ ଅଫ୍ ଆର୍ଟ ଏନ୍ଆଇସିୟୁ ଓ ପିଆଇସିୟୁ ସୁବିଧା ସମେତ ଜଟିଳ ଭାବେ ଅସୁସ୍ଥ ପ୍ରିମାଚୁ୍ୟର ଶିଶୁମାନଙ୍କ ଚିକି୍ତ୍ସା ଲାଗି ମାତୃ ଓ ଶିଶୁ ଯତ୍ନ ୟୁନିଟ୍ ସହ ପୂର୍ବ ଭାରତର ସବୁଠୁ ଉନ୍ନତ ହସ୍ପିଟାଲ୍ ହେଉଛି ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ।’’
“୨୬ ସପ୍ତାହରୁ କମ୍, ବିଶେଷ କରି ୭୦୦ ଗ୍ରାମ୍ କିମ୍ବା ତା’ଠାରୁ କମ୍ ଓଜନର ଜନ୍ମ ହୋଇଥିବା ଅପରିପକ୍ୱୋ ନବଜାତଶିଶୁ ନୁ୍ୟରୋଲୋଜିକାଲ କ୍ରମ ବିନା ବଂଚିବାର ସମ୍ଭାବନା ଅତ୍ୟନ୍ତ ବିରଳ । ଆନ୍ତର୍ଜାତିକ ସ୍ତରରେ ଏଭଳି ହାତଗଣତି ମାମଲା ସାମ୍ନାକୁ ଆସିଛି । ଲମ୍ବା ସମୟର ଅପେକ୍ଷା ଏବଂ ଭେଂଟିଲେଟର ନିର୍ଭରଶୀଳତାରେ ବହୁ ଜଟିଳତା, ବହୁବାର ରକ୍ତ ପ୍ରଦାନ ପରେ ଶିଶୁର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ୧୦୨ ଦିନ ପରେ ମା’ ଜଣଙ୍କ ଶିଶୁଙ୍କୁ ସ୍ତନ୍ୟପାନ କରାଇଥିଲେ ଏବଂ ସ୍ୱାଭାବିକ ସ୍ନାୟବିକ କାର୍ଯ୍ୟକଳାପ, ସ୍ୱାଭାବିକ ଶ୍ରବଣ ଓ ଚକ୍ଷୁ ସ୍ଥିତି ସହ ୨ କେଜି ଓଜନର ଶିଶୁ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛି ବୋଲି ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ କହିଛନ୍ତି ।’’
Sign in
Sign in
Recover your password.
A password will be e-mailed to you.
Next Post