ବାଲେଶ୍ୱର ଖଇରା( ବୁଲୁ ଲେଙ୍କା): ବାଲେଶ୍ୱର ଜିଲ୍ଲା ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଶାଳ ରକ୍ତଦାନ ଶିବିର ଏବଂ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରର ପଞ୍ଚମ ପର୍ଯ୍ୟାୟରେ ଖଇରା ବ୍ଲକ ନୟାଖଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଚିଆ କୋଇଲି କଲ୍ୟାଣ ମଣ୍ଡପ ଠାରେ “ରକ୍ତଦାନ ଶିବିର ଏବଂ ନିଶୁଳ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର” ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମାଜ ସେବୀ ଶଶୀ କୁମାର ସାହୁ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଦିଲ୍ଲୀର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆୟୁଷ୍ମାନ ଫାଉଣ୍ଡେସନ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ 114 ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି । ଏହା ସହିତ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଶତାଧିକଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବିଶିଷ୍ଟ ଡାକ୍ତର ମାନଙ୍କ ଦ୍ୱାରା କରାଯାଇ ଥିଲା ।ଶ୍ରୀଯୁକ୍ତ ଶଶି କୁମାର ସାହୁ ଦୀର୍ଘ ଦିନ ଧରି କୌଣସି ପଦ ପଦବୀରେ ନରହି ମଧ୍ୟ ଓଡ଼ିଶାର କୋଣେ ଅନୁକୁଣେ ତଥା ଖଇରା ସିମୁଳିଆ ର ଜନସାଧାରଣ ଙ୍କ ପାଖରେ ସବୁ ବେଳେ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ଚାଲିଛନ୍ତି ଓ ନିଜ ଉପାର୍ଜିତ ରୋଜଗାର ରୁ ସମାଜ ସେବାରେ ନିୟଜିତ କରି ଏଭଳି ମହତ୍ କାର୍ଯ୍ୟ ପାଇଁ ଦୂର ଦୁରାନ୍ତରୁ ଆସିଥିବା ବରିଷ୍ଟ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରସଂସା କରାଯିବା ସହିତ ଚର୍ଚ୍ଚା ଜୋର ଧରିଛି | ଆଜିର ଏହି ବିଶାଳ ଶିବିରରେ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବରଙ୍କ ସହିତ ଶତାଧିକ ଜନସାଧାରଣଙ୍କ ସମାଗମ ହୋଇଥିଲା । ଲୋକମାନଙ୍କ ଅଜସ୍ର ଭଲପାଇବା ଏବଂ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ, ତଥା ଯୋଗଦାନ କରିଥିବା ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଏବଂ ସମସ୍ତ ରକ୍ତଦାତାଙ୍କୁ ମୁଁ ହୃଦୟର ସହ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.