କିଡ଼ନୀ ରୋଗରେ ଆକ୍ରାନ୍ତ ଚିତରଂଜନଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥୀ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ କିଡ଼ନୀ ରୋଗରେ ଆକ୍ରାନ୍ତ ଜଣେ ଚିତ୍ର କଳାକାରଙ୍କୁ ସହାୟତା ପ୍ରଦାନ କରାଯାଇଛି । ସୂଚନାଥାଉକି ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଂଚାୟତ ଏକରୁଖି ଗ୍ରାମର ଯୁବ ଚିତ୍ର କଳାକାର ଚିତରଂଜନ ଦାସ(ଚିତ) ନିଶ୍ଚିନ୍ତକୋଇଲି ବଜାର ଉପରେ ଏକ ଆର୍ଟ ଦୋକାନ କରି ନିଜ ଚିତ୍ର ତୁଳୀ ସାହାଯ୍ୟରେ ବିଭିନ୍ନ ପ୍ରକାର ଚିତ୍ର, କଳା, କୃତୀ ରେ ରଙ୍ଗ ଦେଇ ଆଙ୍କିଥାନ୍ତି । ଯାହାଫଳରେ ଏହି ଆର୍ଟ ଦୋକାନ କରି ଚିତରଂଜନ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । କିନ୍ତୁ ଗତ କିଛିମାସ ହେବ ଚିତରଂଜନ ଙ୍କର କିଡ଼ନୀ ଖରାପ ହୋଇଯାଇଥିବାର ଜଣାପଡ଼ିଛି । ଏହି ଖବର ପ୍ରଚାର ପ୍ରସାର ହେଲା ପରେ ବିଧାୟକ ଶ୍ରୀ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ନତକାଇ ସରପଂଚ ଜୟଦେବ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିନୋଦ ସାମଲ ପ୍ରମୁଖଙ୍କ ସମେତ ବିଜେଡ଼ି ନେତୃବୃନ୍ଦ ପହଂଚି ଚିତରଂଜନ ଙ୍କୁ ସହାୟତାର ହାତ ବଢାଇଛନ୍ତି । ଏପରିକି ଚିତରଂଜନ ଙ୍କ ଚିକିତ୍ସାରେ ଯାହାକିଛି ସହଯୋଗର ଆବଶ୍ୟକତା ପଡ଼ିବ ତାହାକୁ ଯୋଗାଇଦେବେ ବୋଲି ବିଧାୟକ ପ୍ରତାପ ଜେନା ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.