ଚିଲିକା/ବାଣପୁର :- (ସେକ୍ କୌଶର) ” ସରକାର ଚାଷୀଙ୍କୁ ଉପଯୁକ୍ତ କ୍ରେୟରେ ସାର ଦେବାପାଇଁ ଡେଙ୍ଗୁରା ପିଟୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ସମବାୟ ସମିତି କର୍ତୃପକ୍ଷ ଚାଷୀଙ୍କୁ ଶୋଷଣ କରି ପକେଟ ଗରମ କରୁଛନ୍ତି | ଚାଷୀଙ୍କ ଆଖିରେ କଳା କନା ବାନ୍ଧି କଳା ବଜାରୀ ରେ ସମବାୟ ସମିତିର ସେକ୍ରେଟାରୀ ଭବାନୀ ସଙ୍କର ବିଶୋଇ ଓ ସଭାପତି ସୁକାନ୍ତ କୁମାର ବିଶୋଇ ସମ୍ପୃକ୍ତ ଅଛନ୍ତି ” ବୋଲି ଅଭିଯୋଗ କରିଛନ୍ତି ସ୍ଥନୀୟ ଚାଷୀ | କଳା ବଜାରୀ ସାର ଘଟଣାକୁ ନେଇ ଆଜି କିଛି ଚାଷୀଙ୍କ ହୋ ହାଲା ଦେଖିବାକୁ ମିଳିଥିଲା ଦେଓଗାଁ ସମବାୟ ସମିତି ଠାରେ ଏହି ଘଟଣାକୁ ନେଇ ସମବାୟ ସମିତିର ସମସ୍ତ ଷ୍ଟାପ୍ କର୍ମଚାରୀ ମାନେ ବିଶେଷ ସୂତ୍ରରୁ ଖବର ପାଇ ଅଫିସରେ ତାଲା ପକାଇ ଖସି ପଳାଇଛନ୍ତି । ସୂଚନା ମୁତାବକ | ଦିନେ ଓଳିଏ ଯଦି ଖୋଲୁଛନ୍ତି ତାହା ସାର ଚଢ଼ା ରେଟରେ ଚାଷୀଙ୍କୁ ବିକୁଛନ୍ତି | ସରକାର ଦେଉଥିବା ସାର ୨୬୭ ଟଙ୍କା ରେ ବିକିବାକୁ ଚାଷୀଙ୍କୁ ବିକୁଛନ୍ତି ୩୩୦ ଟଙ୍କାରେ ବୋଲି ଅଭିଯୋଗ ଆଣିଛନ୍ତି ପଂଚାୟତ ବାସି | ଯଦି ଗୋଟିଏ ସାର ବସ୍ତାରେ ୬୦ରୁ ୭୦ଟଙ୍କା କଳାବଜାରି କରୁଛନ୍ତି ତାହା ହଜାର ହଜାର ବସ୍ତାରେ ବାବୁମାନେ କେତେ ରୋଜଗାର କରୁଥେବେ ବୋଲି ଅଭିଯୋଗ ଆଣିଛନ୍ତି ପଚାୟତର ଚାଷୀମାନେ | ଯଦି ସମବାୟ ସମିତିର ଏଭଳି ଘଟଣାର ପରିବର୍ତ୍ତନ ନ ହୁଏ ତାହାହେଲ ଆଗାମୀ ଦିନରେ ଜୋରଜାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ l ହେଲେ ଚାଷୀଙ୍କ ଏ ଅଭିଯୋଗ ଉପରେ ସୋସାଇଟି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିବା ବେଲେ ତାହା ସମ୍ଭବ ହୋଇପାରିନାହିଁ |
Sign in
Sign in
Recover your password.
A password will be e-mailed to you.
Prev Post