ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକକୁ ଆଜି ବରଗଡ଼ ସାଂସଦ ସୁରେଶ ପୂଝାରୀ ଗସ୍ତ କରି ଝାରବନ୍ଧ ସ୍ଥିତ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି । ସାଂସଦଙ୍କ ଗସ୍ତ ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପାଇକମାଲ ଗୋବର୍ଦ୍ଧନ ଅଗ୍ରୱାଲ ଉପସ୍ଥିତ ଥିଲେ । ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରାଙ୍କ ସହ ରୌପ୍ୟ ଜୟନ୍ତୀ ଆୟୋଜନ କମିଟି ସଦସ୍ୟ ବୀରଦୈତ୍ୟ ସାହୁ, ଡ଼ା ମୋହନ ନାୟକ, ହୃଷୀକେଶ ବରିହା, ଉଦ୍ଧବ ପ୍ରଧାନ, ମାନ ଭଞ୍ଜନ ବେହେରା, ହରିହର ସାହୁ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ମାନ ଭଞ୍ଜନ ମିର୍ଦ୍ଧା, ମୋହନ ପ୍ରଧାନ, ଡ଼ା ଲମ୍ବୋଦର ପଣ୍ଡା, ଡା ରଶ୍ମିରଞ୍ଜନ ମହାନ୍ତି, ସାର୍ଥିକ ସାହୁ, ଯଜ୍ଞାସେନୀ ନାୟକ, ଗଗନ ବିହାରୀ ଡନସେନା, ନବୀନ କୁମାର ମେହେର ଏବଂ ସମସ୍ତ କଲେଜ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱଗତ ଜଣାଇଥିଲେ । ଶିକ୍ଷାବିତ୍ ମାନଙ୍କ ସହିତ ଅଞ୍ଚଳରେ ବିଜ୍ଞାନ ଶିକ୍ଷାର ଆବଶ୍ୟକତା, ସ୍ୱାସ୍ଥ୍ୟ ସମସ୍ୟା, ଗମନା ଗମନରେ ବିକାଶ ଉପରେ ଆଲୋଚନା କରିଥିଲେ । ତତ୍ ସଙ୍ଗେ ସଙ୍ଗେ ମହାବିଦ୍ୟାଳୟ ୨୫ ବର୍ଷ ପୂର୍ତ୍ତି ଅବସରରେ ଏ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବାର ପ୍ରସ୍ତାବ ଉପରେ ଆଲୋଚନା କରାଗଲା । ଉକ୍ତ ରୌପ୍ୟ ଜୟନ୍ତୀରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ସାଂସଦ ଶ୍ରୀ ପୂଝାରୀ ମଧ୍ୟ ଅତିଥି ଭାବରେ ଯୋଗଦାନ ଦେବାକୁ ସହମତି ପ୍ରକାଶ କଲେ ଏବଂ କଲେଜର ଆନୁଷଙ୍ଗିକ ଉନ୍ନତି ନିମନ୍ତେ ବିଶେଷ ଧ୍ୟାନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.