ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ପକ୍ଷରୁ ପରିଷଦ କାର୍ଯ୍ୟାଳୟ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପାରଳା ପୌର ପରିଷଦ ପୌରାଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।
ପୌର ପରିଷଦ ପୌରାଧ୍ୟକ୍ଷା ନିଜର ଅଭିଭାଷଣରେ କହିଥିଲେ ପାରଳା ପୌର ପରିଷଦ ରାଜ୍ୟର ଦ୍ୱିତୀୟ ସର୍ବ ପୁରାତନ ପୌର ପରିଷଦ । ଏହାର ଉନ୍ନତି ସକାଶେ ରାଜ୍ୟ ସରକାର ପ୍ରଚୁର ଅର୍ଥ ପ୍ରଦାନ କରୁଛନ୍ତି। ଯାହା ଫଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିଛି। ଆଗକୁ ଆହୁରି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ପାରଳାଖେମୁଣ୍ଡି ସହରକୁ ସବୁଜ , ସ୍ୱଚ୍ଛ , ସରସ ଓ ସୁନ୍ଦର ସହର ଭାବେ ଗଢି ତୋଳିବା ଏବଂ ଆସୁଥିବା ବିଭିନ୍ନ ଗ୍ରାମାଞ୍ଚଳ ଓ ବାହାର ଜିଲ୍ଲାର ଲୋକଙ୍କୁ ପାରଳା ସହର ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ମଧ୍ୟ ଆଗେଇ ଚାଲିଛି।
ପୌରାଧ୍ୟକ୍ଷା ସହରର ଉନ୍ନତି ସକାଶେ ବିଭିନ୍ନ ୱାଡ଼ ଯାଇ ଲୋକଙ୍କ ସହିତ ମିଶି ୱାଡ଼ର ଓ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି। ଏ ସବୁର ସଫଳତା ଓ ସ୍ୱଚ୍ଛତା ପାଇଁ ସହର ବାସୀଙ୍କ ବିନା ସହଯୋଗରେ ସମ୍ଭବ ନୁହେଁ , ତେଣୁ ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସେହିପରି ପାରଳା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା ନିଜର ଅଭିଭାଷଣରେ କହିଥିଲେ ଯେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ହାତକୁ ନିଆଯାଇଛି। ପାରଳା ପୌର ପରିଷଦ ବହୁ ପୁରାତନ ପୌର ପରିଷଦ।
ଏହି କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୁଙ୍କ ସମେତ ବିଭିନ୍ନ ୱାଡ଼ର କାଉନସିଲର , ସ୍ୱଚ୍ଛ ସାଥି , ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପୌର କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ଲୀମା ସଞ୍ଚାଳନ କରିଥିଲେ।
ପରେ ଏକ ସ୍ୱଚ୍ଛତା ଶୋଭାଯାତ୍ରା ପୌର ପରିଷଦ କାର୍ଯ୍ୟାଳୟ ଠାରୁ ବାହାରି ରାଜ ପ୍ରାସାଦ ପର୍ଯ୍ୟନ୍ତ ଯାଇଥିଲେ।

Leave A Reply

Your email address will not be published.