ଭଦ୍ରକ : (ସତ୍ୟବ୍ରତ ନାୟକ )ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡା ପଂଚାୟତର ବେଦପୁର ଗାଁରେ ଘଟଣା । ଗତକାଲି ମଧ୍ୟ ରାତିରୁ ଆସନ୍ତା ୨ତାରିଖ ସାନ୍ଧ୍ୟ ପର୍ଯ୍ୟନ୍ତ ୧୪୪ ଧାରା ଜାରି କଲେ ଧାମନଗର ତହସିଲଦାର ।ଗତକାଲି ଏହି ଗ୍ରାମର କ୍ଲବ ପାଖରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ଗଣେଶ ପୂଜା କରିବା ପାଇଁ ପୂଜା ମଣ୍ଡପ ନିର୍ମାଣ କରିବାକୁ ଆସିଥିଲେ । ଏହାକୁ ବିରୋଧ କରିଥିଲେ କ୍ଲବର ଯୁବକ ମାନେ । ଫଳରେ ଏହାକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ ଦଳ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା ।ଖବର ପାଇ ପୋଲିସ ଏବଂ ତହସିଲଦାର ପହଂଚି ଥିଲା ବେଳେ ସେମାନଙ୍କ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା । ତେଣୁ ତହସିଲଦାର ଭଦ୍ରକ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ସେଠାରେ ୧୪୪ ଧାରା ଜାରି କରାଯିବ ସହିତ ପୋଲିସ ମୁତୟନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post