ରାଜନଗର (ପର୍ଶୁରାମ ସ୍ବାଇଁ ) ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଆଜି ଗୋଟିଏ ଦିନରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇ କେଉଁଠି ନୂତନ ଗୃହର ଲୋକାର୍ପିତ ତ କେଉଁଠି ନୂତନ ପ୍ରକଳ୍ପର ର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି | ଖବର ମୁତାବକ ବିଧାୟକ ଶ୍ରୀ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଠର ନମ୍ବର ୱାର୍ଡର ମିଶନ ଶକ୍ତି ଗୃହ ଓ ଚଉଦ ନମ୍ବର ୱାର୍ଡର ମିଶନ ଶକ୍ତିର ଏକ କାଫେକୁ ଲୋକାର୍ପିତ କରିଥିଲେ | ତତ ସହିତ ଷୋହଳ ନମ୍ବର ୱାର୍ଡର ପୂର୍ତ୍ତ ବିଭାଗ ରାସ୍ତା ପାରେଶ୍ୱର ସାହାଣୀ ଘର ଠାରୁ ସୁର ଦାସ ଘର ପର୍ଯ୍ୟନ୍ତ ଫେବର ରାସ୍ତା, ୱାର୍ଡ ନମ୍ବର କୋଡିଏର ମଙ୍ଗଳା ମନ୍ଦିର ଠାରୁ ପାଞ୍ଚ ନମ୍ବର କେନାଲ ପର୍ଯ୍ୟନ୍ତ ରାସ୍ତା, ତେର ନମ୍ବର ୱାର୍ଡର ପୌରପରିଷଦ ରାସ୍ତାଠାରୁ ତୁଳସୀ ଦାସଙ୍କ ଘର ପର୍ଯ୍ୟନ୍ତ ଫେବର ରାସ୍ତା, ସତର ନମ୍ବର ୱାର୍ଡର ହନୁମାନ ମୂର୍ତ୍ତୀ ଠାରୁ ଫେବର ରାସ୍ତା, ପଟ୍ଟାମୁଣ୍ଡାଇ -ରାଜନଗର ରାସ୍ତା ଠାରୁ ଅଳଭା ସ୍କୁଲ ପର୍ଯ୍ୟନ୍ତ ପକ୍କା ରାସ୍ତା, ୱାର୍ଡ ଏଗାରରେ ଜଳ ନିଷ୍କାସନ ନିମନ୍ତେ ପମ୍ପ ହାଉସ, ୱାର୍ଡ ବାରରେ ପରିଚୟ ଗୃହ ଆଦି ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ପୋଖରୀୟାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ରେ ଯୋଗଦେଇ ପିଲାମାନଙ୍କୁ ପୋଷାକ ବିତରଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post
Next Post