ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ

0

ପାରମ୍ପରିକ ପାରାଦୀପର କଳିଙ୍ଗ ବାଲିଯାତ୍ରା ମହୋତ୍ସବ

 

ପାରାଦୀପ ତା୦୩/୧୧ ବୋଇତ ବନ୍ଦାଣ ଓ ବାଲିଯାତ୍ରା କଳିଙ୍ଗ ଜାତିର ପ୍ରାଚୀନ  ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ କରେ । ଏହି  ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପାରାଦୀପର ବିଜୁ ମଇଦାନଠାରେ ନଭେମ୍ବର ୩ତାରିଖରୁ ନଭେମ୍ବର ୧୦ତାରିଖ ପର୍ଯ୍ୟନ୍ତ ୮ଦି ଧରି କଳିଙ୍ଗ ବାଲିଯାତ୍ରା ମହୋତ୍ସବ ପାଳନ ହେଉଅଛି । ଆଜି ଏହି ଅବସରରେ ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଖ୍ୟ ଅତିଥିଭାବେ ଯୋଗଦେଇ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଜନ ସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ, ମଧୁବନଠାରେ ହେବାକୁ ଥିବା ଏକ ବ୍ୟାୟାମଶାଳାର ଶିଳାନ୍ୟାସକୁ ମୂଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗୀକୃତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ. ଦାମୋଦର ରାଉତ, ବାଲିକୁଦା ଏରସମା ତଥା ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ଡା. କୁଳମଣି ସାମଲ ଓ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ତିର୍ତ୍ତୋଲ ବିଧାୟିକା ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, କୋରେଇ ବିଧାୟକ ଶ୍ରୀ ଆକାଶ ଦାଶନାୟକ, ପାରାଦୀପ ବନ୍ଦର ଅଧ୍ୟକ୍ଷ  ରିଙ୍କେଶ ରାୟ, ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା  ପ୍ରିୟଦର୍ଶନୀ ବିଶ୍ୱାଳ ଓ ପାରାଦୀପ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ସଭାରେ ମୂଖ୍ୟ ଅତିଥି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଚୀନ କଳିଙ୍ଗ ପରମ୍ପରା ଓ ନୌବାଣିଜ୍ୟ ସଂପର୍କରେ ଅବତାରଣ କରିଥିଲେ ଏବଂ ମୂଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଅତିଥି କଳିଙ୍ଗ ବାଲିଯାତ୍ରାର ପ୍ରସ୍ତୁତ ଓ ଦିନକୁ ଦିନ ଏହାର ନବକଳେବର ବୃଦ୍ଧି ପାଇଁ କଳିଙ୍ଗ ବାଲିଯାତ୍ରା କମିଟିର ସମସ୍ତ ସରକାରୀ କାର୍ଯ୍ୟକର୍ତ୍ତା ଓ ଏହାର ସଭ୍ୟମାନଙ୍କୁ ପ୍ରସଂଶା କରିବା ସହିତ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ବାଲିଯାତ୍ରା କମିଟିର ଅଧ୍ୟକ୍ଷା ଜଗତସିଂହପୁର ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷା ଶ୍ରୀମତୀ ୟାମିନୀ ଷଢଙ୍ଗୀ ପରିଚାଳନା କରିଥିବାବେଳେ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା କମିଟିର ଉପାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ବିଶ୍ୱାଳ, ପାରାଦୀପ ପୌରପରିଷଦ ନିର୍ବାହୀ ଅଧିକାରୀ ତଥା କମିଟି ସଂପାଦକ ଶ୍ରୀ ଦିଲ୍ଲିପ କୁମାର ମହାନ୍ତି ଓ ସମସ୍ତ ସଭ୍ୟ ସଭ୍ୟା ଏଥିରେ ସହଯୋଗ କରିଥିଲେ । ତେବେ ଏଥର ବହୁ ପ୍ରତୀକ୍ଷିତ ପରେ ମୁଖ୍ୟମନ୍ତ୍ରୀ ଆସି ଏଠାରେ କଳିଙ୍ଗ ବାଲିଯାତ୍ରାର ସୁଭଉଦଘାଟନ କରିଥିବାରୁ ଆୟୋଜକ ମାନଙ୍କ  ମଧ୍ୟରେ ଉତ୍ସାହ ଦେଖାଦେଛି । ଏବଂ ଏଥର ୮୦୦ରୁ ଅଧିକ ଷ୍ଟଲ ହୋଇଥିବା ଓ ପାଣିପାଗ ଠିକ ରହିଥିବାର ମହୋତ୍ସବରେ ବ୍ୟବସାୟ ଓ କାର୍ଯ୍ୟକ୍ରମ ବେସ ଜମିବ ବୋଲି ସାଧାରଣରେ ଆଲୋଚନା ହେଉଛି । ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଉଦଘାଟନପରେ ନେହେରୁବଙ୍ଗଳାରେ ଥବା ବନ୍ଦରର ଜବାହାର ଅତିଥିଭବନରେ ରାତ୍ରିଯାପନ କରି ଏହା ପରଦିନ ପ୍ରତୁ୍ୟଷରେ ବନ୍ଦର ପୋତାଶ୍ରୟ ମଧ୍ୟରେ ୧୯୭୪ ମସିହା ଠାରୁ ଆରମ୍ଭ ହୋଇ ଆସୁଥିବା ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ହୋଇଥାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ବ୍ୟସ୍ତତା ଓ ଅସୁସ୍ତତା କାରଣରୁ କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରି ସ୍ୱଳ୍ପ ସମୟ ମଧ୍ୟରେ ହେଲିକପଟର ଯୋଗେ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply

Your email address will not be published.