ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଲିଅନ୍ତା ବ୍କକ ଗସ୍ତ କରି ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ପୂର୍ବକ ସେସବୁର କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଟ ୧୫୨ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ସ୍ଥଳେ ୧୪୬ ଅଭିଯୋଗବ୍ୟକ୍ତିଗତ ସମସ୍ୟା ସଂପର୍କିତ ଥିଲା ଓ ୬ ଟି ଅଭିଯୋଗ ସାମୁହିକ ଗ୍ରାମ୍ୟ ସମସ୍ୟା ସଂପର୍କିତ ରହିଥିଲା । ୧୬ ଟି ଅଭିଯୋଗର ତତ୍କାଳ ଫଏସଲା କରାଯାଇଥିଲା । ଜିଲ୍ଲା ରେଡ୍ କ୍ରସ ପାଣ୍ଠିରୁ ୧୩ ହଜାର ଟଙ୍କା ସହାୟତା ରାଶି ବିଭିନ୍ନ ସହାୟତା ଆବଶ୍ୟକ କରୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଗୃହୀତ ଅନ୍ୟ ଅଭିଯୋଗଗୁଡିକୁ ସଂପୃକ୍ତ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗଗୁଡିକ ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିଭିନ୍ନ ଚିକିତ୍ସା ସହାୟତା, ବାଲିଘାଟ ଶ୍ରମିକଙ୍କ ସମସ୍ୟାଆଦି ସଂପର୍କରେ ଗୃହୀତ ହୋଇଥିଲା । ବ୍ଲକ ଅଂଚଳର ବିଭିନ୍ନ ରାସ୍ତାରେ ଥିବା ଜଳ ନିଷ୍କାସନ ବ୍ୟବସ୍ଥା ସମାଧାନ ସଂପର୍କରେ ଆସିଥିବା ଅଭିଯୋଗ ସଂପର୍କରେ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କୁ ସଂପୃକ୍ତ ସ୍ଥାନ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ଦିଗନ୍ତ କୁମାର ରାଉତରାୟ,ଭୁବନେଶ୍ୱର, ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ,ଏ.ସି.ପି ଜୋନ୍-୪ ଶ୍ରୀ ଏସ୍.ଏନ୍.ମୁଦୁଲି, ମଣ୍ଡଳ ଉନ୍ନୟନ ଅଧିକାରୀ, ବାଲିଅନ୍ତା ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ବାଲିଅନ୍ତା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ,ତହସିଲଦାର ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post