ଭଞ୍ଜନଗର : ତାରସିଂ ଥାନା ଆମ ପୋଲିସ ସମିତିର ବୈଠକ କ୍ଷେତମୁଣ୍ଡାଳି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ଗୁଣିଗାରେଡି, ଅନ୍ଧବିଶ୍ୱାସ,ଅନ୍ଲାଇନ୍ ଠକେଇ, ଅସାମାଜିକ କାଯ୍ୟକଳାପ,ନାବାଳିକା ବିବାହ, ଘରୋଇ ହିଂସା ଆଦି ରୋକିବା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସଚେତନତା ବଢିଲେ ବିଭିନ୍ନ ଠକେଇରୁ ରକ୍ଷା ପାଇଁ ପାରିବେ ବୋଲି ଉପସ୍ଥିତ ଗ୍ରାମବାସୀ ଙ୍କୁ ଥାନା ଅଧିକାରୀ ଶ୍ରୀ ଦାସ ସଚେତନତାର ବାର୍ତ୍ତା ଦେଇଥିଲେ । ସେହିପରି ବାଇକ ଚଲେଇବା ସମୟରେ ହେଲମେଣ୍ଟ ବ୍ୟବହାର, ପଲିଥିନ ବ୍ୟବହାର ନକରିବା, ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା,ସ୍ୱଚ୍ଛ ଭାରତ କାଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା। ଏହି ଆୟୋଜିତ ବୈଠକରେ ସରପଞ୍ଚ ସବିତା ପ୍ରଧାନ, ପୂର୍ବତନ ସରପଞ୍ଚ ତଥା ସଂଘଠକ ନିଳାଞ୍ଚଳ ଖିଲାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଗ୍ରାମବାସୀ,ଅଙ୍ଗନବାଡ଼ି,ଆଶା କର୍ମୀ ଓ ଯୁବବର୍ଗ ଙ୍କ ସମେତ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Next Post