ନୀଳାଚଳ ସାରସ୍ୱତ ସଂଘର ପୂର୍ବତନ ସଂପାଦକ ଉମେଶ ସାମନ୍ତରାୟ ଙ୍କ ପର ଲୋକ ରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଙ୍କ ଶୋକ ।

0

କଟକ: କଟକ ସହର ର ବିଶିଷ୍ଟ ସମାଜସେବୀ ତଥା ଠାକୁର ନିଗମା ନନ୍ଦ ଙ୍କ ପରମ ଭକ୍ତ ତଥା ନୀଳାଚଳ ସାରସ୍ୱତ ସଂଘର ପୂର୍ବତନ ସମ୍ପାଦକ ଉମେଶ ଚନ୍ଦ୍ର ସାମନ୍ତରାୟ ଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ସମୟକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ଝିଅ ଆଚାର୍ଯ୍ୟ ହରିହର ମେଡିକାଲ ର ପ୍ରଫେସର ଡାକ୍ତର ଶାଗରିକା ସାମନ୍ତରାୟ ଓ ପୁତ୍ର ଇଂଜିନିୟର ମାନସ ସାମନ୍ତରାୟ ଓ ପରିବାର ଵର୍ଗ ଶେଷ ସମୟରେ ଉପସ୍ଥିତ ଥିଲେ । ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମର ସରିସ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ସାମନ୍ତରାୟ ଙ୍କ ଭଳି ଜଣେ ଧର୍ମ ପଣାୟ ବ୍ୟକ୍ତି ନିଗମ ପରିବାର ରେ ଏକ ଶୂନ୍ୟତା ସୃଷ୍ଟି କଲା ବୋଲି ମତ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ଆଢଙ୍ଗା ଗ୍ରାମ ରେ ସେ ଜନ୍ମ ଗ୍ରହଣ କରିଥିଲେ । ମେଡିକାଲ କ୍ଷେତ୍ର ରେ ବହୁ ଅସହାୟ ରୋଗୀଙ୍କୁ ସେ ସହାୟତା ଦେବା ସହ କଟକ ସହରର ମୋ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହ ଜଡିତ ଥିଲେ । 

Leave A Reply

Your email address will not be published.