ଠିପିଖୋଲା ମଦ ଦୋକାନ ପ୍ରସ୍ତାବ କୁ କଡା ବିରୋଧ: ଆଗକୁ ଆନ୍ଦୋଳନ ର ଚେତାବନୀ

0

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରେ ଏକ ଠିପି ଖୋଲା ମଦ ଦୋକାନ , ପାଇକମାଲ ରୁ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ମୁଖ୍ୟ ରାସ୍ତା କଡରେ , ପାଇକମାଲ ମୁଖ୍ୟଛକ ଠାରୁ ପଦ୍ମପୁର ପଟ କୁ ମାତ୍ର ଦେଢ଼ ଶହ ମିଟର ଦୂରରେ ଏକ ଠିପିଖୋଲା ମଦ ଦୋକାନ ଖୋଲିବା ପ୍ରସ୍ତାବ ଉପରେ ଗତ 17 ତାରିଖ ଦିନ ବରଗଡ଼ ଜିଲ୍ଲାପାଳ ସ୍ଥାନୀୟ ଜନସାଧାରଣ ଙ୍କର ୦୧/୦୯/୨୦୨୨ସୁଦ୍ଧା , ଯଦି କୋଣସି ଅଭିଯୋଗ ଥାଏ ତେବେ ଜଣାଇବା ପାଇଁ କହିଥିଲେ । ଗତ କିଛିଦିନ ପୂର୍ବରୁ ଏହି ନୋଟିସ ବାବଦରେ ଜନସାଧାରଣ ଜାଣିବା ପରେ ଏହି ପ୍ରସ୍ତାବିତ ମଦ ଦୋକାନର ସ୍ଥାନ କୁ ନେଇ ଏବେ ପାଇକମାଲ ଅଂଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ପ୍ରସ୍ତାବିତ ସ୍ଥାନଟି ପଦ୍ମପୁର ନୂଆପଡା ମୁଖ୍ୟରାସ୍ତା କୁ ଲାଗି ରହିଥିବା ବେଳେ
ଏହିସ୍ଥାନ ରୁ ମାତ୍ର କିଛି ଦୂରରେ ତିନିଗୋଟି ବିଦ୍ୟାଳୟ ରହିଥିବା ବେଳେ ଏହି ମୁଖ୍ୟରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ଛାତ୍ରଛାତ୍ରୀମାନେ କଲେଜକୁ ଯାଇଥାନ୍ତି । ମୁଖ୍ୟଛକ ରୁ ଅତି ନିକଟରେ ହୋଇଥିବା କାରଣରୁ ଏହି ଦୋକାନ ଖୋଲାଗଲେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଗଣ୍ଡଗୋଳ ହେବା ସହିତ ଦୋକାନ ସମ୍ମୁଖ ଦେଇ ପ୍ରତ୍ୟେକ ଦିନ ସ୍କୁଲ କୁ ଯିବାଆସିବା କରୁଥିବା ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅନେକ କୁପ୍ରଭାଵ ପଡିବା ସହିତ , ଛାତ୍ରଛାତ୍ରୀ ମାନେ ଅସୁରକ୍ଷିତ ହୋଇ ପଡିବାର ଅନେକ ସମ୍ଭାବନା ରହିଛି । ଏଣୁ ପାଇକମାଲ ଅଂଚଳର ଅନେକ ଲୋକ ଏକତ୍ରିତ ତଥା ବ୍ୟକ୍ତିଗତ ଭାବରେ ମଧ୍ୟ ଏହି ପ୍ରସ୍ତାବିତ ଠିପିଖୋଲା ମଦ ଦୋକାନ କୁ ନ ଖୋଲିବା ପାଇଁ ଜିଲ୍ଲାପାଳ ଙ୍କୁ ମେଲ ଓ ଚିଠି ଯୋଗେ ଜଣାଇଛନ୍ତି । ଏହା ସହିତ ଯଦି ପ୍ରଶାସନ ଲୋକଙ୍କ ଅଭିଯୋଗ କୁ ଅଣଦେଖା କରେ ତେବେ ଦଳ , ମତ ବର୍ଣ୍ଣ ନିର୍ବିଶେଷରେ ଆଗାମୀ ଦିନରେ ପ୍ରବଳ ଜନଆନ୍ଦୋଳନ ହେବ ବୋଲି ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ପାଇକମାଲ ବଣିକ ସଂଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର , ପାଇକମାଲ ସମିତି ସଭ୍ୟ ନିରୂପମା ନାଗ , ଯୁବନେତା ଶ୍ରୀ ରବିନାରାୟଣ ସାହୁ , ମରବାଡ଼ି ଯୁବା ମଞ୍ଚ ର ସଭାପତି ଶ୍ରୀ ଅମନ ଜିନ୍ଦଲ , ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠି ର ସଭ୍ୟ ମାନେ ଜଣାଇଛନ୍ତି ।

Leave A Reply

Your email address will not be published.