ଠିକା କର୍ମଚାରୀ କଳା ବ୍ୟାଜ ପିନ୍ଧି ଧର୍ମଘଟ।

0

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ:  ରାଜ୍ୟରେ ଠିକା କର୍ମଚାରୀ ମାନଙ୍କୁ ସ୍ଥାୟି କର୍ମଚାରୀ ଭାବେ ଗ୍ରହଣ କରିବା ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ କର୍ମଚାରୀ ମାନେ ଧାରଣା ଆନ୍ଦୋଳନରେ ଯୋଗ ଦେଇ ସରକାରଙ୍କ ନିକଟରେ ଦାବି କରିଥିଲେ ବି କୌଣସି ସୁଧାର ଆସୁନାହିଁ।ତେଣୁ ରାଜ୍ୟ ସାରା ଠିକା କର୍ମଚାରୀ ମାନେ କଳା ବ୍ୟାଜ ପିନ୍ଧି ଆନ୍ଦୋଳନ ଜାରି ରଖିଛନ୍ତି।ସେହିପରି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥ ପୁର ଠାରେ କାର୍ଯ୍ୟ ରତ ଶିକ୍ଷକ ଶିକ୍ଷୟିତ୍ରୀ ମନେ କଳା ବ୍ୟାଜ ପିନ୍ଧି ଚାକିରୀ ନିୟମିତ କରିବା ପାଇଁ ଧାରଣା ଦେଇଥିଲେ।ଏ ବିଭାଗ ରେ ଚାକିରୀ ପାଇଥିବା ସଚିବାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ପୁରା ଦରମା ସହ ସ୍ଥାୟି ଚାକିରୀ କରୁଥିବା ବେଳେ ବି,ସି, ଡି ଙ୍କୁ କାହିଁକି ସ୍ଥାୟୀ ଚାକିରି ନଦେଇ ପାତରଅନ୍ତର କରୁଛନ୍ତି ସରକାର।ଠିକା କର୍ମଚାରୀଙ୍କୁ ସେବା ପୁସ୍ତକରେ ଗଣନା କରିବା ପାଇଁ ଦାବୀ କରଛନ୍ତି।ସମସ୍ତ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ଚାକିରି ନ ଦିଆଯାଏ ତେବେ ଆସନ୍ତା ୧୧ ତାରିଖ ଦିନ ସଚିବାଳୟରେ ଘେରାଉ କରାଯିବ ବୋଲି ରାଜ୍ୟ ସଂଘ ନିର୍ଦ୍ଦେଶ କ୍ରମେ ଆନ୍ଦୋଳନ କରାଯିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମନେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.