ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ଜୁନିୟର ରେଡ଼କ୍ରସ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଜୁନିୟର ରେଡ଼କ୍ରସ  ମୁଖ୍ୟ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରାଙ୍କ ନିର୍ଦ୍ଧେଶରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟାଧର ପ୍ରଧାନଙ୍କୁ ନେତୃତ୍ୱରେ କୁଜଙ୍ଗ ବ୍ଲକର ଶ୍ରୀଚନ୍ଦନପୁର ଓ ତିର୍ତ୍ତୋଲ ବ୍ଲକର କୋଲର ପଞ୍ଚାୟତରେ ବନ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇଛି ଜିଲ୍ଲା ଜୁନିୟର ରେଡ଼କ୍ରସ ସଙ୍ଘଠନ l ପ୍ରକାଶ ଥାଉ କି ଚଳିତ ବନ୍ୟାରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ତିର୍ତ୍ତୋଲ, ବିରିଡି ବିଭିନ୍ନ ପଞ୍ଚାୟତରେ ବନ୍ୟାପାଣି ମାଡିଯିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ଏହି ଦୁର୍ଦିନ ସମୟରେ ଅତି ଆବଶ୍ୟକ ସାମଗ୍ରୀ ନେଇ ସେମାନଙ୍କ ପାଖରେ ପହଞ୍ଚିଛନ୍ତି ଜିଲ୍ଲା ଜୁନିୟର ରେଡ଼କ୍ରସ ସଙ୍ଘଠନ l ରେଡ଼କ୍ରସ ଅଧିକାରୀ ଶ୍ରୀ ତ୍ରିଲୋଚନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଳାର ବିଭିନ୍ନ ବ୍ଲକରୁ ସଂଯୋଜିତ ଶ୍ରୀ ଚନ୍ଦନ ବେହେରା, ଶ୍ରୀମତୀ ବସନ୍ତ ମଞ୍ଜରୀ ଦାସ, ଶ୍ରୀ ପ୍ରତାପ ବେହେରା, ଶ୍ରୀ ମଙ୍ଗରାଜ ସାହୁ, ଶ୍ରୀ କାନ୍ତ ଜେନା ଏବଂ ଶୁକଦେବ ଜେନା ପ୍ରମୁଖଙ୍କୁ ନେଇ ଗଠିତ ଏକ ଟିମ ଶ୍ରୀଚନ୍ଦନପୁର, କୋଲର, ତିର୍ତ୍ତୋଲ ଆଦି ଅଂଚଳରେ ଅତ୍ୟାବ୍ୟଶକ ସାମଗ୍ରୀ ବଣ୍ଟନ କରିଥିଲେ l ଜେଆରସୀ ସଂଘଠନର ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱ ବନ୍ଧୁଣ ର ଏହି ଉତ୍ସର୍ଗୀ ମହନୀୟ ଉଦ୍ୟମକୁ ସ୍ଥାନୀୟ ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ l ଏହି ସେବାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର, ଶ୍ରୀମତୀ ରାଜଶ୍ରୀ ସାହୁ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ l ଏହି ସେବା ଜାରି ରହିବ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ l

Leave A Reply

Your email address will not be published.