ଗଣଶିକ୍ଷାମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଏବଂ ରିଲିଫ୍ ଉର୍ଦ୍ଧାର କାର୍ଯ୍ୟ ସମୀକ୍ଷା

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଆସି କୁଜଙ୍ଗ ବ୍ଲକର ବନ୍ୟାଞ୍ଚଳ ଜିଲ୍ଲାନାସୀ ପଞ୍ଚାୟତର ସହାରଡ଼ିଆ, ବରିହାଦିହା, ତେନ୍ତୁଳିଆ, ଖମାର ପ୍ରଭୁତି ପରିଦର୍ଶନ କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସଙ୍ଗେ ସଙ୍ଗେ ସରକାରଙ୍କ ପକ୍ଷରୁ ଗ୍ରାମବାସୀଙ୍କ ଯୋଗାଇଦିଆଯାଉଥବା ରିଲିଫ୍ ସାମଗ୍ରୀ ସୁଚାର ରୂପେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ l ବିଭିନ୍ନ ଜାଗାର ରନ୍ଧା ଖାଦ୍ୟର ନିରୀକ୍ଷଣ କରିଥିଲେ l ଅପରାହ୍ନରେ କୁଜଙ୍ଗ ବ୍ଲକର ସମ୍ମିଳନୀ ପକ୍ଷରେ ଏକ ସମୀକ୍ଷା ବୈଠକ ଯୋଗଦେଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀଙ୍କ ନେତୃତ୍ୱରେ ଜନପ୍ରତିନିଧିଙ୍କ ସହଯୋଗରେ ରିଲିଫ୍ ଓ ଉର୍ଦ୍ଧାର କାର୍ଯ୍ୟ ସମ୍ପାଦିତ ହୋଇଛି ବୋଲି ପ୍ରକାଶ କରିଥିଲେ l ବୈଠକରେ ଯୋଗଦେଇ ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ବନ୍ୟା ମୁକାବିଲା କରିବାରେ ଜିଲ୍ଲା ପ୍ରଶାସନ ତର୍ପର ହୋଇଛି l ବନ୍ୟା ଛାଡିବା ପରେ ରାସ୍ତା ମରାମତି ସଠିକ ଭାବେ ଘର ଭଙ୍ଗା ଆକଳନ ଉପରେ ଗୁରୁତ୍ୱାରୋପ କରିଥିଲେ l

ବୈଠକରେ ଯୋଗଦେଇ ପାରାଦ୍ବୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ କହିଲେ ସମସ୍ତ ଅଧିକାରୀ ଯେଉଁଭଳି ପରିଶ୍ରମ କରିଥିଲେ ମୁଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି l ଜିଲ୍ଲାରେ ୧୩୪ ପଞ୍ଚାୟତର ୫୫୨ଟି ଗାଁ ପ୍ରଭାବିତ ହୋଇଛନ୍ତି l ମୋଟ ୪୫,୬୧୮ ଲୋକ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି l ୩୦ ଟି ଜଳବନ୍ଧୀ ଗାଁର ୬,୫୮୨ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା l ୨୦ ଟି ରୋଡ଼ ୩୧ ସ୍କୁଲ ଘର, ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି l ମନ୍ତ୍ରୀ ଶ୍ରୀ ଦାସ କୃଷି ଅଧିକାରୀଙ୍କୁ ୯୦ ଦିନିଆ ଧାନ ବିହନ, ବାଦାମ ବିହନ ଯୋଗାଇବାକୁ ପରାମର୍ଶ ଦେଇଥିଲେ l ଯେଉଁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ବହିପତ୍ର ପାଣି ଦ୍ୱାରା ନଷ୍ଟ ହୋଇଛି l ସେମାନଙ୍କୁ ସରକାର ତରଫରୁ ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରିବେ l ରିଲିଫ୍ ପରେ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଚାଲୁ ରହିବ l ନଳକୂପ ଓ କୂଅ ବିଶୋଧନ ପାଇଁ ନିର୍ଦେଶ ଦେଇଥିଲେ l ଏହି ବୈଠକରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ମୀନାରାଣୀ ସାହୁ, ଉପାଧ୍ୟାକ୍ଷ ଜ୍ଞାନଜିତ ସ୍ୱାଇଁ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ଧମେନ୍ଦ୍ର ମଲ୍ଲିକ, ବିଡ଼ିଓ, ତହସିଲଦାର, ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.