ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

0

ସାରସକଣା/ ଦିପୁ ମହାପାତ୍ର -ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସାରସ କଣା ନୋଡାଲ ସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରାଜ୍ୟଶୋଭା ସାଂସଦ ମମତା ମହାନ୍ତ , ସାରସକଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ବୁଢାନ ମୁର୍ମୁ, ବ୍ଲକ ଅଧଖ୍ୟା ତୁଳସୀ ସିଂ , ପ୍ରଦୀପ ଜାଳି ଶିବିର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥ୍‌ ଭାବେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆସ୍ଥା ମହାନ୍ତ, ଉପାଧ୍ୟକ୍ଷ ମିହିର କୁମାର ଘୋଷ, ୫୫ ଓ ୫୬ ନଂ ଜିଲ୍ଲା ପରିଷଦ ମାନି ମାହାଲି ଓ ମିତାରାଣୀ ନାଏକ ଉପସ୍ଥିତ ଥିଲେ । ବିଡିଓ କରୁଣା କର ଧେନ୍ଦା ମଞ୍ଜ ପରିଚାଳନା କରିଥିବା ବେଳେ ରାଜ୍ୟ ଶୋଭାସାଂସଦ ମମତା ମହାନ୍ତ ଓ ବିଧାୟକ ବୁଢ଼ାନ ମୁର୍ମୁ କହିଥିଲେ କି କୌଣସି ଜଣେବି ଭିନ୍ନକ୍ଷମ ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ ଏହି ଶିବିରର ମୂଳ ଲକ୍ଷ୍ୟ ରହିଛି । ଆଜିର ଶିବିରରେ ୮୦୯ ଜଣ ଭିନ୍ନକ୍ଷମ ବିଭିନ୍ନ ବିଭାଗ ପାଇଁ ନାମ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ୩୬୭ ଜଣଙ୍କୁ ଭିନ୍ନକ୍ଷମ ସାଟିଫିକେର୍ଟ ପାଇଥିବା ବେଳେ ବସ ପାଇଁ ପାସ ୨୮୫ ଜଣ ବଣ୍ଟନ କରାଯାଇଛି। ଓଡ଼ିଓ ଲୋଜିକ ବିଭାଗର ମାନସରଞ୍ଜନ ନାଏକ, ଅର୍ଥପେଡିବିଭାଗର, ଡ଼. ଡ଼ି ଏନ.ଦାସ ,ମେଡ଼ିସିନ ବିଭାଗର- ଡ଼ ମୋହନ ମୂର୍ମୁ, ଡ଼ ବସନ୍ତ କୁମାର ପଢିହାରୀ,ବିପିନ ବିହାରୀ ବେହେରା ରହିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସି ଭିନ୍ନକ୍ଷମ ମାନଙ୍କୁ ସାର୍ଟିଫିକେର୍ଟ ଦେବା ସହିତ ଚିକିତ୍ସା କରିଥିଲେ । ସମସ୍ତ ଙ୍କ ର ଖାଇବା ର ମଧ୍ୟ ସୁନ୍ଦର ବ୍ୟବସ୍ଥା ହୋଇଥିଲା କାର୍ଯ୍ୟକ୍ରମକୁ ବ୍ଲକ ବ୍ଲକର ସମସ୍ତ ଯନ୍ତ୍ରୀ କର୍ମଚାରୀ ଓ ୬ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଶିବିରରେ ଯୋଗଦେଇ ସାଫଲ୍ୟ କରିଥିଲେ। ପରିଶେଷରେ ବିଡିଓ କରୁଣା କର ଧେନ୍ଧା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.