ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସ୍କୁଲ ପରିଦର୍ଶନ କଲେ ବିଧାୟକ

0

ଭଦ୍ରକ, ସୀତାକାନ୍ତ ପାଢ଼ୀ -;ଭଦ୍ରକ ଜିଲ୍ଲା ଚରମ୍ପା 5 ନମ୍ବର ୱାର୍ଡ ରେ ନୂତନ କରି 5t ରେ ଅନ୍ତର୍ଭୁକ୍ତ ହୋଇଥିବା RCBL ଉଚ୍ଚ ବିଦ୍ୟାଳୟ ପରିଷରରେ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ବନ୍ଧ ଙ୍କ ନେତୃତ୍ୱରେ ବିଜୁଜନତା ଦଳ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ର ସାଂସଦ ଶ୍ରୀମତି ମଞ୍ଜୁଲତା ମଣ୍ଡଳ , ବିଧାୟକ ଶ୍ରୀଯୁକ୍ତ ସଂଜୀବ କୁମାର୍ ମଲିକି ଯୋଗ ଦେବା ସହିତ 5 ନମ୍ବର ୱାର୍ଡ ର ୱାର୍ଡମେମ୍ବର ଦିଲୀପ ନାୟକ ଙ୍କ ସହ ବହୁ କର୍ମୀ ଉପସ୍ଥିତି ଥିଲେ। 5T ରେ ଅନ୍ତର୍ଭୁକ୍ତ ହେବା ପରେ ସ୍କୁଲ ପରିଷର ରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥିବା ନେଇ ବିଧାୟକ ସ୍କୁଲ ପରିସରରେ ବୁଲି ଦେଖିବା ପରେ, ଯାହା ସମସ୍ୟା ରହିଛି ଖୁବ୍ ଶୀଘ୍ର ଦୂର କରିବା ପାଇ ପ୍ରତିଶୃତି ଦେଇଥିଲେ।

Leave A Reply

Your email address will not be published.