ମିଶନ ଶକ୍ତି ଗୃହ ଓ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ଉଦଘାଟିତ

0

ଶ୍ରେଣୀଗୃହରେ ନୈତିକତା ଶିକ୍ଷା ଦାନକଲେ ବିଧାୟକ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଗସ୍ତରେ ଆସି ବିଧାୟକ ଡ଼ ଅରୁଣ କୁମାର ସାହୁ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ନୈତିକତାର ଶିକ୍ଷା ଦେଇଛନ୍ତି । ସୋମବାର ଦିନ ଶିକ୍ଷାର ଗୁଣାତ୍ମକ ମାନ ପରୀକ୍ଷା କରିବା ପାଇଁ ନୂତନ କରି ତୃତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସାମିଲ ହୋଇଥିବା ରାହାସ ବିଦ୍ୟାପୀଠ ସାକେରି ଓ କୋରପିଠା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ସ୍ୱଚ୍ଛତା, ଶିକ୍ଷାଦାନ, ଗୁଣାତ୍ମକ ଶିକ୍ଷା, ସୁରକ୍ଷା ଆଦି ସଂପର୍କରେ ବୁଝିଥିଲେ। ବିଦ୍ୟାଳୟ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ଡଷ୍ଟବିନର ବ୍ୟବହାର ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କର୍ତ୍ତବ୍ୟଯୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ପକ୍ଷେରେ ବାଉଁଶଗାଡ଼ିଆ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନୈତିକତା ଦୃଷ୍ଟିରୁ ସ୍ଥାନୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ କହିଥିଲେ।

ଏଥିସହିତ ସାକେରିଠାରେ ୭ ଲକ୍ଷ ଟଙ୍କା ଏବଂ ଶରଧାପୁର ଠାରେ ୫ ଲକ୍ଷଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମିଶନ ଶକ୍ତି ଗୃହର ଓ ୧୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଏକ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ଉଦ୍ଘାଟନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ, ବିରଜାଲକ୍ଷ୍ମୀ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ବିଡ଼ିଓ ସ୍ୱାତିଲେଖା ଦାସ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ମଣ୍ଡଳ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ, ସରପଞ୍ଚ ଚାନ୍ଦିନୀ ରାଉତଙ୍କ ସମେତ ଅନ୍ୟ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.