ମୃତକ ଙ୍କର ପରିବାରକୁ ପ୍ରଶାସନିକ ସହାୟତା ପ୍ରଦାନ

0

ବରଗଡ :- ଆଜି ସକାଳେ ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ ସଥପଥୀ ପାଇକମାଲ ବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା ଙ୍କର ନିକଟକୁ ପହଂଛି ଗତ କିଛି ଦିନ ତଳେ ଜର୍ଜଗଡ଼ ଗ୍ରାମର ଜଣେ ଯୁବକ ଶ୍ରୀ କୀର୍ତ୍ତନ ଚନ୍ଦନ ଙ୍କର ମୃତ୍ୟୁ ଖବର ଜଣାଇବା ସହିତ ସହିତ ମୃତକ ଙ୍କର ପରିବାର କୁ ତୁରନ୍ତ କିଛି ସହାୟତା ଯୋଗେଇ ଦେବା ପାଇଁ ଅନୁରୋଧ କରିଥିଲେ । ବିଡ଼ିଓ ଶ୍ରୀ ଶିନ୍ହା ତୁରନ୍ତ ଅଧିକାରୀ ମାନଙ୍କ ସହିତ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି , ପାଇକମାଲ ବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା , ପଞ୍ଚାୟତ କାର୍ଯନିର୍ବାହୀ ଅଧିକାରୀ ଜମେବତୀ ମାଝୀ , ସପ୍ଲାୟ ଇନ୍ସପେକ୍ଟର ଶ୍ରୀ ପ୍ରମୋଦ କୁମାର ପଣ୍ଡା , ପାଇକମାଲ , ପଞ୍ଚାୟତ ସମିତି ସଭ୍ୟ ଙ୍କର ପ୍ରତିନିଧି ଶ୍ରୀ ସୁଶାନ୍ତ ନାଗ , ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ଡି , ଙ୍କର ଉପସ୍ଥିତିରେ ଜର୍ଜଗଡ଼ ଗ୍ରାମର ସ୍ବର୍ଗତ କୀର୍ତ୍ତନ ଚନ୍ଦନ ଙ୍କର ପରିବାର ନିକଟକୁ ପହଂଛି ସରକାରୀ ତତ୍କାଳ ସରକାରୀ ସହାୟତା ପହଞ୍ଚାଇବା ସହିତ ମୃତକ ଙ୍କର ପରିବାର ର ସଦସ୍ୟ ମାନଙ୍କୁ ଭେଟିଥିଲେ । ମୃତକ କୀର୍ତ୍ତନ ଙ୍କର ଘରେ ତାଙ୍କର 85 ବର୍ଷୀୟ ବାପା , 80 ବର୍ଷୀୟ ମାଁ ଓ ବିଧବା ସ୍ତ୍ରୀ ଙ୍କର ସହିତ ଆଲୋଚନା ପରେ ବିଡ଼ିଓ ଶ୍ରୀ ଶିନ୍ହା ମୃତକ ଙ୍କର ପତ୍ନୀ ଙ୍କୁ ଅତି ଶୀଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ । ଏହାପରେ ସେହି ଗ୍ରାମ ର ଅନ୍ୟ ଜଣେ ଯୁବକ ଗତ ମାସ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ । ସମସ୍ତ ଅଧିକାରୀ ମାନେ ତାଙ୍କ ଘରକୁ ଯାଇ ସରକାରୀ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.