ଜଗତସିଂହପୁର,/ସୁମନ୍ତ କୁମାର ଦାସ- ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି।ଏହି ଅର୍ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଗରୁ ଗୋଟିଏ ହେଲେ ଆଇସିୟୁ ଶଯ୍ୟା ନଥିଲା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡ କାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚିଛି। ଶହେ ଶଯ୍ୟା ବିଶିଷ୍ଟ ମାତୃ ଶିଶୁ ମଙ୍ଗଳ ବିଭାଗର ବହୁତଳ କୋଠା ର କାର୍ଯ୍ୟ ଚାଲୁ ରହିଛି।ଏହା ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଶେଷ କରିବାପାଇଁ ଜୋରଦାର କାର୍ଯ୍ୟ ଚାଲୁ ରହିଛି।ଜିଲ୍ଲାରେ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଧିକ ଲୋକ ନିର୍ଭର କରୁଥିବାରୁ ଏଠାରେ ରୋଗୀ ସଂଖ୍ୟା ଅଧିକ ଥିବାରୁ ଡାକ୍ତର ଓ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବାରୁ ସଠିକ୍ ଭାବରେ ରୋଗୀ ସେବା ହୋଇ ପରୁ ନାହିଁ।ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ଓ କର୍ମଚାରି ଅଭାବକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପାଇଁ ଯୋଜନା କରାଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ତନ୍ ବୁଲ୍ଡିଂ ଗୁଡ଼ିକର କାର୍ଯ୍ୟ କିଭଳି ଭାବରେ ଚାଲିଛି ତାହାକୁ ତଦାରଖ କରିବା ପାଇଁ ଶାସକ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଚାଲୁଥିବା କାଜ୍ୟଗୁଡ଼ିକ ବୁଲି ଦେଖିଥିଲେ।୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବି କାର୍ଯ୍ୟ ଶେଷ ପଯ୍ୟାୟରେ ପହଞ୍ଚି ଥିବାରୁ ସନ୍ତୋଷ ପ୍ରକାଶ କରିବା ସହିତ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ସମସ୍ୟା ଗୁଡ଼ିକର ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ମଡେଲ ଚିକିତ୍ସାଳୟରେ ପରିଣତ କରାଯିବ ବୋଲି ଶ୍ରୀ ମୁଦୁଲି ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post