ହଇଜା ରେ ମୃତ୍ୟୁ ରୋକିବାରେ ପ୍ରଶାସନ ବିଫଳ !

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ପାଞ୍ଚ ମୁଣ୍ଡ ନେଲାଣି |ଆଜି ଜଣଙ୍କ ମୃତ୍ୟୁ ହୋଇଛି |କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ପରଲା ଜୋର ଗ୍ରାମରେ ଦିନକୁ ଦିନ ଝାଡା ବାନ୍ତିରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |ପରଲାଜୋର ଗ୍ରାମରେ ସପ୍ତାହେ ଭିତରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ଗୋଟିଏ ପରିବାରର ଦୁଇଜଣ ଙ୍କ ମୃତ୍ୟୁ ଝାଡା ବାନ୍ତିରେ ମୃତ୍ୟୁ ହୋଇଛି |ଏହି ମାସ 14ତାରିଖ ଦିନ ମଣି ମାଝୀ ଙ୍କ ମୃତ୍ୟୁ ହୋଇଥିବା ବେଳେ 17ତାରିଖ ଦିନ ନମିତା ମାଝୀଙ୍କ ମୃତ୍ୟୁ ହୋଇଥିଲା, ସେହିପରି 20ତାରିଖ ଦିନ ଚନ୍ଦ୍ର ଗୌଡ଼ ଙ୍କ ଦୁଇ ମାସର ପୁଅର ମୃତ୍ୟୁ ହୋଇଥିବା ବେଳେ ଆଜି ସୁନା ମାଝୀଙ୍କ ମୃତ୍ୟୁ ହୋଇଛି |ଗ୍ରାମବାସୀଙ୍କ କହିବାନୁଯାୟୀ ତିନି ଚାରିଥର ଝାଡା ଆଉ ବାନ୍ତି ହେବାପରେ ମୃତ୍ୟୁ ହେଉଛି |ଆଉ ଗ୍ରାମବାସୀ ଉକ୍ତ ଗ୍ରାମରେ ଯେଉଁ ପାଣି ବ୍ୟବହାର କରୁଛନ୍ତି ତାହା ମଧ୍ୟ ବ୍ୟବହାର ଯୋଗ୍ୟ ନୁହଁ ବୋଲି ଅନୁମାନ କରୁଛନ୍ତି |ପ୍ରଶାସନ କିଛି ଦିନ ପୂର୍ବରୁ ଝାଡା ବାନ୍ତି ଆକ୍ରାନ୍ତ ମାତ୍ର କିଛି ଗ୍ରାମରେ ପାଣି ଟେଂକେର ରେ ଦେଇ ଚୁପ ରହିଥିବାବେଳେ ଲୋକେ ଶୁଦ୍ଧ ପାନୀୟଜଳ ନପାଇ ବାଧ୍ୟ ହୋଇ ପୂର୍ବରୁ ବ୍ୟବହାର କରୁଥିବା ନଦୀ ନାଳ ର ପାଣି ବ୍ୟବହାର କରୁଛନ୍ତି ଯାହାଫଳରେ ଦିନକୁ ଦିନ କାଶୀପୁର ବ୍ଳକର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |କାଶୀପୁର ବ୍ଳକର ଅଡାଜୋର ପଞ୍ଚାୟତ କାଶୀପୁର ସଦର ମହକୁମା ଠୁ 30କିଲୋମିଟର ଦୂରରେ ଅଛି ଓ ଉକ୍ତ ପଞ୍ଚାୟତ ର ଗ୍ରାମଗୁଡିକ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ପାଖକୁ ଲାଗିଛି ପରଲାଜୋର ଗ୍ରାମ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଯଦି ପ୍ରଶାସନ ତରଫରୁ ସଜାଗ ନହୁଅନ୍ତି ତେବେ ଆଗକୁ ସ୍ଥିତି ଭୟଙ୍କର ହୋଇପାରେ ବୋଲି ଅନୁମାନ କରିହେଉଛି |

Leave A Reply

Your email address will not be published.