ରାସ୍ତା ଉପରେ ଚୋର ପୋଲିସ ଖେଳ

0

ଭଦ୍ରକ:( ସତ୍ୟବ୍ରତ ନାୟକ )ଚାନ୍ଦବାଲି ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିଲା ମରଣାତ୍ମକ ଆକ୍ରମଣ ।  ଯାହାକୁ ନେଇ ଚଳିତ ମାସ ୧୬ ତାରିଖରେ ବାଂଶଡ଼ା ଥାନାରେ ୧୧ ଜଣଙ୍କ  ନାମରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ମତୋ ଛକ ନିକଟରେ ଅଭିଯୁକ୍ତ ଜଣଙ୍କ ପୋଲିସ ଆଖିରେ ଧୂଳି ଦେଇ ଗାଡ଼ିରୁ ଖସି ପଳାଇଯାଇଥିଲା ।କିଛି ସମୟ ଚୋର ପୋଲିସ ଖେଳ ଚାଲିବା ପରେ ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ। ତେବେ ଅଭିଯୁକ୍ତ ଖସି ବିଲକୁ  ଦୌଡ଼ିପଳାଇ ଯାଉଥିବା ବେଳେ ଵିଲ ଭିତରେ ଅଭିଯୁକ୍ତକୁ ମାଡି ବସିଥିଲା ପୋଲିସ। ପୋଲିସର ଏଭଳି କାର୍ଯ୍ୟ ପାଇଁ ଗୋଟେ ପଟେ ଲୋକେ ପୋଲିସକୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ପୋଲିସର ଖାମଖିଆଲି କାର୍ଯ୍ୟକୁ ବିରୋଧ କରିଛନ୍ତି ବୁଦ୍ଧିଜୀବୀ। ତେବେ ଅଭିଯୁକ୍ତଙ୍କୁ ନେଲା ବେଳେ କାହିଁକି ତା ହାତରେ ହାତକଡି ପକାଇନଥିଲା ପୋଲିସ ତାହା ଏବେ ବଡ଼ ପ୍ରଶ୍ନ ।

Leave A Reply

Your email address will not be published.