ଜଗତସିଂହପୁର /ସୁମନ୍ତ କୁମାର ଦାସ:ଭାରତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତୀୟ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ତମ ଜନ୍ମ ବାର୍ଷିକ ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଦି ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ସଦଭାବନା ଦିବସ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ପରୁଲ୍ ପାଟୱାରଙ୍କ ଅଧକ୍ଷତାରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ଜିଲ୍ଲା କାର୍ଯ୍ୟାଳୟ ର ବିଭିନ୍ନ ବିଭାଗ ର ଅଧିବାସୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଜାତି, ଧର୍ମ, ବର୍ଣ୍ଣ, ଭାଷା ନିର୍ଦେଶେଷରେ ସମସ୍ତେ ଏକତବଦ୍ଧ ଭାବେ ଭାରତୀୟ ଅଖଣ୍ଡତା ବିଦାୟ ରହିବା ପାଇଁ ଉଦ୍ୟମ କରିବା ସହ ଅହିଂସା ନୀତିରେ ଅନୁପ୍ରାଣିତ ହୋଇ ପରସ୍ପର ମଧ୍ୟରେ ଥିବା ଭେଦଭାବକୁ ଦୂର କରିବା ପାଇଁ ଶଯ୍ୟ ନେଇଥିଲେ ଉକ୍ତ ଉତ୍ସବରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଚକ୍ରଧର ମାହାଳି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାଜକିଶୋରୀ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିବାସୀ ଶ୍ରୀ ସୁଜଲ କୁମାର ନାୟକ, ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଶ୍ରୀ ଜ୍ୟୋତିପ୍ରକାଶ ବେହୋରା, ଜିଲ୍ଲାପାଳଙ୍କ ଓ. ଏସ୍.ଡି ଡା. ଶାଶଙ୍କ ଶେଖର ଲେଙ୍କା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଓ ବିଭିନ୍ନ ବିଭାଗରେ ସେକ୍ସନ୍ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post