ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମା ଫୁଲ ସୁନ୍ଦରୀ ସ୍ମୃତି ପୀଠ, ସମୁଟିଆ ସାହି କମିଟି ତରଫରୁ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନଗର , କୁର୍ଲଣ୍ଡା ଗ୍ରାମ , ସୀତାପୁର ଗ୍ରାମ ଏବଂ ଯାଜପୁର ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ରୂପେ କେରାଣ୍ଡି ମହନ୍ତ ଶ୍ରୀ ଦାମୋଦର ଦାସ ଯୋଗଦେଇ ଶୁଭାରମ୍ଭ କରି ନିକଟସ୍ଥ ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ପୂଜାଅର୍ଚ୍ଚନା ଏବଂ ମନ୍ଦିର ବେଢା ପରିକ୍ରମା ପରେ ସେଠାରେ ଆୟୋଜିତ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ଉତ୍ସବର ତଥା ବାଳ ମୁକୁନ୍ଦ କେନ୍ଦ୍ରର ପ୍ରଥମ ଦିବସ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
ନଗର ପରିକ୍ରମା ପରିଶେଷରେ ସିଦ୍ଧ ମହାବୀର ହନୁମାନ ମନ୍ଦିର ପରିସରରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଗଣ ମହନ୍ତ ଶ୍ରୀରାମାନନ୍ଦ ଦାସ , ସ୍ଥାନୀୟ ବିଧାୟକ ନାରାୟଣ ରାଓ , ପ୍ରଦୀପ ନାୟକ , ବସନ୍ତ ପଣ୍ଡା , କୃଷ୍ଣ ବେହେରା ଏବଂ ବାବୁନା ବେହେରା ଯୋଗଦେଇ ଭକ୍ତଗଣମାନଙ୍କୁ ଉତ୍ସାହିତ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ଜଗନ୍ନାଥ ରଥ ଏବଂ ବାଳ ମୁକୁନ୍ଦ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିଥିବା ବେଳେ ଅଭିମନ୍ୟୁ ପଣ୍ଡା , ଜାନକୀଚରଣ ବେହେରା ଏବଂ ମଧୁ ବେହେରା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.