ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଅର୍ନ୍ତଭୂକ୍ତିକରଣ ଶିବିର

0

ଭଞ୍ଜନଗର, : ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅର୍ନ୍ତଭୂକ୍ତିକରଣ ବିଭାଗ ପକ୍ଷରୁ ବେଲଗୁଣ୍ଠା ବ୍ଳ ସମ୍ମିଳନୀ କକ୍ଷରେ ସମସ୍ତ ସୟଂ ସହାୟକ ସଂଘର ସଦସ୍ୟା ଓ ଅଙ୍ଗନଓ୍ୱାଡ଼ି କର୍ମୀ ମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଶିବିର ରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅର୍ନ୍ତଭୂକ୍ତି କରଣ ଅଧିକାରୀ ହରିଚରଣ ମିଶ୍ରଙ୍କ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ବକ୍ତାଭାବେ ଉପଖଣ୍ଡ ଡ଼ାକ ସହଅଧିକ୍ଷକ ସ୍ୱାଗତିକା ପାଳ ଏବଂ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅର୍ନ୍ତଭୂକ୍ତି କରଣ ଅଧିକାରୀ ସନ୍ତୋଷ କୁମାର ରଥ ଯୋଗ ଦେଇ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅର୍ନ୍ତଭୂକ୍ତିକରଣ ବିଷୟରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ । ଏହି ଆର୍ଥିକ ସାକ୍ଷରତା ଓ ଅର୍ନ୍ତଭୂକ୍ତିକରଣ ଶିବିରରେ ସ୍ୱଳ୍ପ ସଞ୍ଚୟରେ ଟଙ୍କା ବିନିଯୋଗ କରି ନିଜ କଷ୍ଟ ଉପାର୍ଜିତ ଧନକୁ ସୁରକ୍ଷିତ କରିବା ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ନିଜକୁ ପଞ୍ଜିକୃତ କରି ପେନସନ୍ ବୀମା ସୁବିଧା ପାଇବା କଥା ଆଲୋଚନା ହୋଇଥିଲା । ଏଥି ସହ ଚିଟ୍ ଫଣ୍ଡ କଂପାନୀ ଓ ଅଣବ୍ୟାଙ୍କିଙ୍ଗ୍ ସଂସ୍ଥା ଠାରୁ ଦୂରେଇ ରହିବା ଓ ଡ଼ିଜିଟାଲ ପ୍ଳାଟଫର୍ମରେ ଅର୍ଥ ଦେଣ ନେଣ ସମୟରେ ଡ଼ିଜିଟାଲ ଠକାମିର ଶିକାରରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ |

Leave A Reply

Your email address will not be published.