ଜିଲ୍ଲା ରେଡ଼କ୍ରସ ସଂସ୍ଥା ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

0

-ପାଣ୍ଠି ସଂଗ୍ରହ ଓ ଆଜୀବନ ସଦସ୍ୟତା ଗ୍ରହଣ କୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ 

ସୁବର୍ଣ୍ଣପୁର( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ସଂସ୍ଥା ତରଫରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଳା ରେଡ଼କ୍ରସର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଅଧ୍ୟକ୍ଷତା କରି ଜିଲ୍ଲା ରେଡ଼କ୍ରସ ସଂସ୍ଥା କୁ ଅଧିକ ଲୋକାଭିମୁଖୀ କରିବା ସହିତ ଅଧିକ ରୁ ଅଧିକ ସଂଖ୍ୟା ରେ ଆଜୀବନ ସଦସ୍ୟତା ଗ୍ରହଣ ଓ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଛନ୍ତି l ଅଦ୍ୟ ବୈଠକରେ ଗଠିତ ନୂତନ କମିଟି କୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି l ଆଗାମୀ ଦିନରେ ଜିଲ୍ଳା ରେଡ଼କ୍ରସ ସଂସ୍ଥା ର ପାଣ୍ଠି ବୃଦ୍ଧି କୁ ବ୍ୟାପକ କରିବା ଉପରେ ବିଶେଷ ଆଲୋଚନା କରାଯାଇଛି l ଏଥିପାଇଁ ଅଧିକରୁ ଅଧିକ ମାତ୍ରାରେ ଆଜୀବନ ସଦସ୍ୟ ଗ୍ରହଣ ସହ ତୃଣ ମୂଳ ସ୍ତର ପର୍ଯ୍ୟନ୍ତ ରେଡ଼କ୍ରସ ର କାର୍ଯ୍ୟକାରିତା କୁ ବ୍ୟାପକ କରିବା, ଜିଲ୍ଲାର ଅଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ରେଡ଼କ୍ରସ ସହାୟତାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ଉପରେ ଆଲୋଚନା କରାଯାଇଛି l ସୁଗମ ସହଜ ପ୍ରକଳ୍ପ ଅଧୀନରେ ଜିଲ୍ଳା ରେଡ଼କ୍ରସ ତରଫରୁ ଆସନ୍ତା ଅକ୍ଟୋବର ୬ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ମାନସିକ ପକ୍ଷାଘାତ ଦିବସ ରେ ଜାତୀୟ ଫେସନ ଡିଜାଇନ ବୈଷୟିକ ପ୍ରତିଷ୍ଠାନ ର ଛାତ୍ରୀ ସୃଷ୍ଟି ସୁମନ ଦ୍ୱାରା ପ୍ରସ୍ତୁତ ପୋଷାକ ଜିଲ୍ଲା୍ରେ ଚି଼ହ୍ନଟ ଥିବା ୫୩ ଜଣ ମାନସିକ ପକ୍ଷାଘାତ ବାଳକ ବାଳିକା ପ୍ରତ୍ୟେକ ଙ୍କୁ ଦୁଇ ଯୋଡ଼ା ଲେଖାଏଁ ପ୍ରଦାନ କରିବା ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ବୈଠକରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ,ଜିଲ୍ଲା ରେଡକ୍ରସ ଶାଖାର ର ସମ୍ପାଦିକା ଇପ୍ସିତା ମିଶ୍ର, ଉପ ସଭାପତି ଶ୍ରୀଯୁକ୍ତ ଗୌରିଶ୍ୟାମ ପଣ୍ଡା, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ହୋତା, ସି ଡ଼ିଏମ ଓ ଡ଼ଃ ବିଶ୍ୱ ରଞ୍ଜନ ପତି,ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ,ସହକାରୀ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମନୋଜ କୁମାର ଅଦାବର, ଅଧ୍ୟକ୍ଷା ପୌର ପରିଷଦ ସୋନପୁର ତମସୀ ତମସ୍ମିତା ନାୟକ,ଚଟାର୍ଡ଼ ଏକାଉଣ୍ଟଣ୍ଟ ସତ୍ୟନ୍ଦ୍ର କୁମାର ପାଢ଼ୀ,ଆଜୀବନ ସଦସ୍ୟ ଡ଼ଃ ପ୍ରଦୀପ କୁମାର ଗୁରୁ, ଶ୍ରୀ ନିରଞ୍ଜନ ପୂଜାରୀ, ବ୍ୟୟନ୍ତୀ ସାହୁ,ଆଜୀବନ ସଦସ୍ୟ ଉମାକାନ୍ତ ନାଗ, ଅମ୍ବୁଜ ବିହାରୀ ଶତପଥି, ଗତିକୃଷ୍ଣ ମିଶ୍ର,ରେଆର ସଭାପତି ଅନଙ୍ଗ ନେଗୀ, ସମାଜସେବୀକା ଇନ୍ଦୁମତୀ ପୁରୋହିତ,ତଥା ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବୈଠକ ପ୍ରାରମ୍ଭ ରେ ଜିଲ୍ଲାପାଳ ତଥା ଉପସ୍ଥିତ ଅଧିକାରୀ ଓ ସଦସ୍ୟ ସଦସ୍ୟା ମାନେ ରେଡ଼କ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ପ୍ରତିଛବିରେ ପୁଷ୍ପଅର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବୈଠକ ର ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲା ରେଡକ୍ରସ ଶାଖା ତରଫରୁ ଆଲୋକ କୁମାର ଦାଶ ତଥା କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.