ବାଲେଶ୍ୱର,କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମଗ୍ର ରାଜ୍ୟରେ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣ କାର୍ଯ୍ୟକ୍ରମ ସାଙ୍ଗକୁ ପୂଜାର୍ଚ୍ଚନା ଓ ଦାନଧର୍ମ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଦେଖାଯାଇଛି । ସହରର ହେମକପଦା ମଣ୍ଡଳବଗିଚା ଠାରେ ଏକ ବିଶାଳ ପୋ୍ଖରୀରେ ଭୋର ୪ଟାରୁ ଉଠି ବହୁ ମାତ୍ରାରେ ଶ୍ରଦ୍ଧାଳ ଡଙ୍ଗା ଭସାଇବା ସହ ସ୍ଥାନୀୟ ନନ୍ଦୀକିଶୋର ମହାଦେବ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନ ତମାମ୍ ପ୍ରାୟ ୨ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରସାଦ ସେବନ କରିଥିଲେ । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି ଓ ପୌରପାଳ ଆଲୋକ କୁମାର ସାହୁ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପୂର୍ବତନ ୱାଡର଼୍ କାଉନସିଲର ସୁବ୍ରତ କୁମାର ଦାସ ଓ ଲାୟନ୍ସ କ୍ଲବର ମିଳିତ ସହଯୋଗରେ ସମସ୍ତ ବ୍ୟବସ୍ଥା ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲାୟନ୍ସ କ୍ଲବ ପକ୍ଷରୁ ସଂଘମିତ୍ରା ମହାନ୍ତି, ଗିରିଜା ମିଶ୍ର, ଶଶିଭୂଷଣ ମିଶ୍ର, ବନ୍ଦନା ପାଲ, ଦୀପ୍ତି,ଗୁଡ଼ୁ ବାବୁ, ସରୋଜ ବାଜୁଜୀ, ବାବି, ଉର୍ମିଳା ଦାସ, ମିତା, ମାନା, ବାଚୁ ବବିତା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ପ୍ରସାଦ ବଣ୍ଟନ କରିବା ସହ ଗରିବ ଲୋକଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ କରିଥିଲେ ।