ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଜୀବିକା ବିକାଶ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମଧ୍ୟ ” ହର ଘର ତ୍ରିରଙ୍ଗା ” କାର୍ଯ୍ୟକ୍ରମ ମିଶନ ଶକ୍ତି ମହିଳାମାନଙ୍କ ଦ୍ବାରା ତ୍ରିରଙ୍ଗା ପତକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ଏଥିପାଇଁ ରାୟଗଡ଼ ମିଶନ ଶକ୍ତି , ରାୟଗଡ଼ ଏବଂ ମିଶନ ଶକ୍ତି ଜିରାଙ୍ଗ ଦୁଇଟି ସିଲେଇ କେନ୍ଦ୍ରକୁ ଦାୟିତ୍ୱ ଦିଆଯାଇଛି।
ରାୟଗଡ଼ର ତାଲିମ ପ୍ରାପ୍ତ ସିଲେଇ ସ୍ୱୟଂ ସହାୟକ ଗୋଷ୍ଠିର ୫୫ ଜଣ ମହିଳା ଏହି କାର୍ଯ୍ୟ କରୁଛନ୍ତି।
ରାଜ୍ୟରେ ୩୦ ଲକ୍ଷ ତ୍ରିରଙ୍ଗା ମିଶନ ଶକ୍ତି ଦ୍ବାରା ପ୍ରସ୍ତୁତ ହେବାକୁ ଯାଉଛି , ଏହିକ୍ରମେ ଗଜପତି ଜିଲ୍ଲାରେ ୫୦ ହଜାର ତ୍ରିରଙ୍ଗା ନିର୍ମାଣ କରାଯିବ।
କାର୍ଯ୍ୟ ସୁଚାରୁରୂପେ କରିସାରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏହା ସହର ବାସୀଙ୍କୁ ବଣ୍ଟାଯିବ।
ସମ୍ପୂର୍ଣ୍ଣ ଦେଶରେ ୭୫ ବର୍ଷ ସ୍ୱାଧୀନତାକୁ ସ୍ମରଣ କରିବା ଏବଂ ସ୍ବାଧୀନତା ପାଇଁ ନିଜ ଜୀବନ ବ୍ୟାପି ସାଧନା ଓ ଜୀବନକୁ ବଳିଦାନ ଦେଇଥିବା ଦେଶ ପ୍ରେମୀଙ୍କୁ ସ୍ମରଣ କରିବା ପାଇଁ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତକା ଉଡାଇବା ପାଇଁ ଅନୁରୋଧ କରାଯାଇଛି।
ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ସେଟ୍ଟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ୍ରିରଙ୍ଗା ନିର୍ମାଣ କାର୍ଯ୍ୟ ପରିଚାଳିତ ହେଉଛି।
Sign in
Sign in
Recover your password.
A password will be e-mailed to you.