ନେମାଳରୁ ଅକ୍ଷୟ ଦାଶ : ମୁଣ୍ଡୁଳି ସ୍ଥିତ ୩ୟ ବାଟାଲିଅମ୍ ଆନୁକୂଲ୍ୟରେ ଏରସମାର ଗଡ଼ହରିଶପୁର ପଂଚାୟତରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ତୁରନ୍ତ ମୁକାବିଲା ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ଦିନ ଏହି କାର୍ଯ୍ୟକ୍ରମରେ ବନ୍ୟା ଓ ବାତ୍ୟା ସମୟରେ କିଭଳି ଜନସାଧାରଣ ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ପଶିକ୍ଷଣ ପ୍ରଦାନ କରାଯାଇଥିଲା । ଅନ୍ୟ ପକ୍ଷରେ ବଜ୍ରପାତ ଓ ସାପକାମୁଡ଼ା ସମୟରେ କିପରି ପ୍ରାଥମିକ ଭାବେ ପ୍ରତିକାର କରି ସୁରକ୍ଷିତ ରହିହେବ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ବି.ଏସ୍. ରାଉତ , ସଂପାଦକ ଆର.କେ . ଖଣ୍ଡା ଏନ୍.ଡ଼ି.ଆର.ଏଫ୍ ର ଇନିସ୍ପେକ୍ଟର ଚଣ୍ଡେଶ୍ୱର ପ୍ରସାଦ ସବ୍ଇନପେକ୍ଟ ଜ୍ଞାନେନ୍ଦ୍ର ପ୍ରଧାନ ପ୍ରମୁଖ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୯୫ ଜଣ ମହିଳା, ପୁରୁଷ, ସ୍ୱେଚ୍ଛାସେବୀ ଛାତ୍ର, ଅଙ୍ଗନୱାଡର଼୍ି କର୍ମୀ ଅଂଶଗ୍ରହଣ କରିଥିଲେ ।