ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ପାରଳାଖେମୁଣ୍ଡି ଶାଖା ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ସଂଯୋଜକ ଭାଗବତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ବ୍ରହ୍ମପୁର ଶାଖାର ସଂଚାଳକ ଶ୍ରୀଯୁକ୍ତ ନିଲାକ୍ଷୀ ଯୋଗଦାନ କରିଥିବା ବେଳେ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା , ମହିଳା ମହାବିଦ୍ୟାଳୟର ରେଡ୍କ୍ରସ ଦାୟିତ୍ବରେ ଥିବା ଅଧ୍ୟାପିକା ମଧୁସ୍ମିତା ପ୍ରଧାନ , ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ଦାୟିତ୍ୱରେ ଥିବା ଅଧ୍ୟାପକ ସୀତାରମ ପ୍ରଧାନ , ସମାଜସେବୀ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ଵାସ୍ଥ୍ୟ ଅଧିକାରୀ ମମତା ପାଢ଼ୀ , ସ୍ନିଗ୍ଧା ମିଶ୍ର , ବିଘ୍ନେଶ୍ବର ଦାଶ , ରାଜେନ୍ଦ୍ର ରଥ , ବିଘ୍ନରାଜ ପଣ୍ଡା , ରଞ୍ଜନ ମହାନ୍ତି , ସୁଜ୍ଞାନ ଚାନ୍ଦ ବ୍ରହ୍ମା , ସୌମ୍ୟରଞ୍ଜନ ଆଚାରୀ ପ୍ରମୁଖ ଯୋଗଦେଇ ନିଜନିଜର ମତ ରଖିଥିଲେ।
ମହାବିଦ୍ୟାଳୟ ସ୍ତରରେ ବିବେକାନନ୍ଦଙ୍କ ସନ୍ଦେଶ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.