ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦଭାବନା ସଭାଗୃହଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜଗତସିଂହପୁର ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଶିବିରରେ ଯୋଗଦେଇଥିଲେ l ଆଜିର ଅଭିଯୋଗ ଶିବିରରେ ମୋଟ ୬୪ ଟି ଅଭିଯୋଗ ର ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ୬୦ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସଂପର୍କରେ ଥିବା ବେଳେ ୪ଟି ଅଭିଯୋଗ ଗ୍ରାମ୍ୟ ଓ ଗୋଷ୍ଠୀ ସମସ୍ୟା ସମ୍ପର୍କିୟ ୦୯ ଟି,ରେସନ କାର୍ଡ ନିମନ୍ତେ ୦୪ ଟି ଭର୍ତ୍ତା ସଂପର୍କୀୟ ୨ଟି,ପୋଲିସ ସହାୟତା ସଂପର୍କୀୟ ୦୬ଟି, ରେଡ୍କ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୦୧ଟି ଓ ଅନ୍ୟାନ୍ୟ ୨୪ ଟି ଅଭିଯୋଗର ଶୁଣାଣି ହୋଇଥିଲା l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୩ ଜଣ ଭିନ୍ନକ୍ଷମ ଶ୍ରଵଣ ବାଧିତ ଯୁବକ ଆଲୋକ କୁମାର, ବିଶ୍ଵରଂଜନ ସ୍ୱାଇଁ ଓ ରତିକାନ୍ତ ସ୍ୱାଇଁଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ୩ ଗୋଟି ଲ୍ୟାପଟପ ପ୍ରଦାନ କରିଥିଲେ l ନାଉଙ୍ଗା ବ୍ଲକ ଅନ୍ତର୍ଗତ ଘୋଡ଼ାଂଶ ଗ୍ରାମର ଫିରୋଜ ବାରିକଙ୍କ ଭିନ୍ନକ୍ଷମ ପୁଅ ସାଇରାମ ବାରିକଙ୍କୁ ସି. ଏସ. ଆର. ଫଣ୍ଡ ଅନୁଦାନରେ ୫୭ ହଜ଼ାର ଟଙ୍କା ମୂଲ୍ୟର ଶ୍ରବଣ ଯନ୍ତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ l ସେହିପରି ଭିନ୍ନକ୍ଷମ ପିତା ମାତାଙ୍କର ପୁଅଝିଅଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ମେଧାବୃତ୍ତି ଯୋଜନାରେ ଘୋଡ଼ାଂଶ, ନାଉଙ୍ଗାର ବର୍ଷା ଦାସଙ୍କୁ ୫୨୪୭, ଖାତିକୂଳଦା, ଏରସମାର ପୂର୍ଣ୍ଣଚନ୍ଦ୍ର ବେରାଙ୍କୁ ୮୩୨୫ ଟଙ୍କା ଅର୍ଥ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ ଉପସ୍ଥିତ ରହି ଉପକରଣ ପ୍ରଦାନରେ ସହାୟତା କରିଥିଲେ l ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ଉପଜିଲ୍ଲାପାଳ ଶ୍ରୀ ଧାମେନ୍ଦ୍ର ମଲ୍ଲିକ, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ର ବିଭାଗୀୟ ଅଧିକାରୀ, ଜଗତସିଂହପୁର ବିଡ଼ିଓ ଶ୍ରୀ ସାଗର କୁମାର ନନ୍ଦ, ତହସିଲଦାର ଶ୍ରୀମତୀ ଅଞ୍ଜଳି ତରାଇ, ସହକାରୀ ଜିଲ୍ଲାପାଳ ବିଜୟ ଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣିରେ ସହାୟତା କରିଥିଲେ ।
Sign in
Sign in
Recover your password.
A password will be e-mailed to you.