ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାର ନୂତନ କୋଠା ଶୁକ୍ରବାର ପ୍ରତିଷ୍ଠା ହୋଇଯାଇଛି । ପବିତ୍ର ବେଦ ମନ୍ତ୍ର, ପୂଜା ପାଠ ସହ କରାଯାଇଥିଲା ପ୍ରତିଷ୍ଠା କାର୍ଯ୍ୟକ୍ରମ । ପୂଜା କର୍ତ୍ତା ରୂପେ ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ସାହୁ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ପାଟଣାଗଡ଼ ଥାନା ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ ପଧାନ, ଲାଠୋର ଥାନା ଅଧିକାରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଶାନ୍ତି, ଲରମ୍ଭା ଥାନା ଅଧିକାରୀ ଶ୍ରୀଯୁକ୍ତ ଝସକେତନ ଭୋଇ, ଜିଲା ପରିଷଦ ସଭ୍ୟା ପ୍ରମିଳା ପାଥର, ସଂଯୁକ୍ତା ମେହେର, ସମସ୍ତ ସରପଞ୍ଚ, କୁଳମଣି କୁମ୍ଭାର, ଦେବାଶିଷ ସାହୁ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଆଧୁନିକ ଜ୍ଞାନକୌଶଳ ସହ ଏକ କୋଟି ସତୁର ଲକ୍ଷ ଟଙ୍କା ଖର୍ଚ୍ଚରେ ନୂତନ କୋଠା ନିର୍ମିତ ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post