ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଭଦ୍ରକ ଜିଲ୍ଲା ପ୍ରାଚୀନଗର, କବଲ୍ୟ ମାର୍ଗ ଗ୍ରାମର ଶ୍ରୀମତି ଆଲୋକପ୍ରଭା ପୃଷ୍ଟି ତାଙ୍କର ସ୍ଵାମୀ ପ୍ରଫୁଲ୍ଲ କୁମାର ପୃଷ୍ଟି ଙ୍କ ନିଜ ଘର କାର୍ଯ୍ଯ ଚାଲୁ ରହିଥିଲା ।ସେକ୍ କଲିମୁଦିନ ନାମକ ଏକ ଲୋକ ସେହି ଘର କାର୍ଯ୍ୟ କରିଆସୁ ଥିଲେ । କିନ୍ତୁ ଘର କାର୍ଯ୍ୟ ଚାଲୁଥିବା ବେଳେ ସ୍ଵାମୀ ପ୍ରଫୁଲ୍ଲ କୁମାର ପୃଷ୍ଟି ଙ୍କର କୌଣଷି କାରଣରୁ ମୃତ୍ୟୁ ହୋଇଥିଲା।ପ୍ରଫୁଲ୍ଲ ଙ୍କ ସ୍ତ୍ରୀ ଆଲୋକପ୍ରଭା ପୃଷ୍ଟି କହିବା ଅନୁଯାୟୀ ତାଙ୍କ ସ୍ବାମୀ ମୃତ୍ୟୁ ବରଣ କରିବା ପରେ ଘର କାର୍ଯ୍ୟ ବାବଦକୁ ବାକି ୯,୨୦୦ ଟଙ୍କା ସେକ କଲିମୁଦିନ ପାଇବା କଥା, କିନ୍ତୁ ସେକ କଲିମୁଦିନ ଅଧିକା ପଇଶା ପାଇବ କହି ମିଥ୍ୟାରେ ଗତ ୧୧/୦୨/୨୨ ତାରିଖରେ ଲେବର କୋର୍ଟ ଭଦ୍ରକରେ ଏକ କେଶ କରିଥିଲେ। ଯାହାକି ଲେବର କୋର୍ଟ ଭଦ୍ରକରେ ବିଚାର ଧୀନ ଅଛି। କୋର୍ଟ ରେ ବିଚାର ଧୀନ ଥିଲେ ମଧ୍ୟ ସେକ କଲିମୁଦିନ ବିଧବା ମହିଳା ଶ୍ରୀମତି ଆଲୋକପ୍ରଭା ପୃଷ୍ଟିଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବା କଥା କହିଛନ୍ତି ଶ୍ରୀମତି ଆଲୋକପ୍ରଭା ପୃଷ୍ଟି। ପରେ ଗ୍ରାମାଂଚଳ ପୋଲିସ ରାତିରେ ଆଲୋକ ପ୍ରଭା ଘରକୁ ଯାଇ ତାଙ୍କୁ ଧମକାଇ, ଥାନାକୁ ଡ଼କାଇଥିଲେ, ସେ ମଧ୍ୟ ଥାନାକୁ ଯାଇ କୋର୍ଟ ରେ କେଶ୍ ବିଚାର ଧୀନ ଅଛି ବୋଲି କହିବା ସତ୍ତ୍ୱେ ପୋଲିସ ତାଙ୍କୁ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ ନେଇ ଭଦ୍ରକ ଏସପି ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିପ୍ରତି ଭଦ୍ରକ ଏସପି ଦୃଷ୍ଟି ଦେଈ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଆଲୋକପ୍ରଭା ପୃଷ୍ଟି ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post