ଅବ୍ୟବସ୍ଥା ଘେରରେ ସରକାରୀ ଚିକିତ୍ସାଳୟ

0

ନାହାନ୍ତି ଡ଼ାକ୍ତର, ରୋଗୀ ଙ୍କୁ ସୁରକ୍ଷା କର୍ମୀ ଭରଷା

ହାଟଡିହି/ ମକରଧ୍ବଜ ଜେନା: : ହାଟଡିହି ସରକାରୀ ବିଧି ବେବସ୍ଥା ଉପରେ ନା ରହୁଛି ଭୟ, ନା ସେବା କରିବାର ମନ ବୃତ୍ତି, କେଉଁଠି ଲୋକ ଥିଲେ ବାବୁ ନାହାଁନ୍ତି ତ କେଉଁଠୀ ବାବୁ ଥିଲେ ସଠିକ୍ ପାରିପାର୍ଶ୍ରିକ ପରିସ୍ଥିତି ନାହିଁ।ଯାହା ଫଳରେ ଲୋକେ ଋତୁ ପରିବର୍ତ୍ତନ ସମୟରେ ବିଭିନ୍ନ ଛୋଟ ଛୋଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅଭାବ ରୁ ବଡ ମେଡିକାଲ ଉପରେ ନିର୍ଭର କରନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ସାମ୍ନା ରେ ଥିବା ଆଞ୍ଚଳିକ ସ୍ବାସ୍ଥ୍ୟ କେନ୍ଦ୍ରରେ। ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ହେଲା ସୋସ, ହଦଗଡ଼, ସୁନ୍ଦରପାଳ, ମୁଗୁପୁର୍, ଟୁକୁଣା, ଓରାଳି, ଏଗୁଡ଼ିକ ରେ ଦୀର୍ଘ ୨୦୧୬ମସିହା ରୁସ୍ଥାୟୀ ଭାବେ କୌଣସି ଡ଼ାକ୍ତର ନରହୁଥିବା ବେଳେ ଗୁରୁତ୍ବ ବହନ କରୁ ଥିବା ହାଟଡିହି ବ୍ଲକ ସାମ୍ନା ଡ଼ାକ୍ତରଖାନା ଉପରେ ବହୁ ଲୋକ ନିର୍ଭର କରିଥାନ୍ତି କିନ୍ତୁ ଦୁଃଖ ର ବିଷୟ ଏବେ ଉକ୍ତ ଚିକିତ୍ସାଳୟ ରେ ଦୁଇ ନର୍ସ ଥାଇ ମଧ୍ୟ ଦୁହେଁ ଛୁଟି ରେ ଥିବା ବେଳେ, ଏବେ ଜଣେ ଫାର୍ମାସିଷ୍ଟ ଓ ସିକୃଟୀ ଗାର୍ଡ, ସୁଇପର କାମ ଚଳାଉ ଛନ୍ତି, ସେ ପୁଣି ଦିନ ୮ରୁ୧୨ପର୍ଯ୍ୟନ୍ତ ପୁଣି ୪ରୁ ୬ମାତ୍ର ଛଅ ଘଣ୍ଟା ପାଇଁ, ଅନ୍ୟ ପକ୍ଷରେ ସୋସ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ରୁ ଗରିବ ଆଦିବାସୀ ଲୋକେ ସ୍ବାସ୍ଥ୍ୟ ସେବା ଅଭାବ ରୁ ପ୍ରତି ବର୍ଷ ଛାତି ଯନ୍ତ୍ରଣା ରେ ହଦଗଡ଼ ଅଞ୍ଚଳ ରେ ଥିବା ହରଡବାଡି ରେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ସେହି ପରି ଆଦିବାସୀ ବହୁଳ ସୁନ୍ଦରାପାଳ ରେ ମଧ୍ୟ ଅବ୍ୟବସ୍ଥା , ଯାହାକି ଲୋକେ ଅନେକ ସାପ କାମୁଡ଼ା , ସାଧାରଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅଭାବ ରୁ ମୃତୁ ବରଣ କରୁଛନ୍ତି, ଏପରି ସ୍ଥଳେ ବିଧାୟକ ଭାଗିରଥି ସେଠୀ ବିଧାନସଭା ରେ ଅଞ୍ଚଳ ର ଡାକ୍ତରୀ ଅଭାବ କଥା ଉଠାଇ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏବେ ସାଧାରଣ ଲୋକ ଟିଏ ଦୁର୍ଘଟଣା ରେ କିମ୍ବା ସାଧାରଣ ଜ୍ଵର ରେ ଆକ୍ରାନ୍ତ ହେଲେ ମାତ୍ର ଛଅ ଘଣ୍ଟା ପରେ ମେଡିକାଲ ବାହାରୁ ଡ଼ାକ୍ତର ନାହାନ୍ତି କହି ରୋଗୀ ଙ୍କୁ ଫେରାଇ ଦିଅନ୍ତି ସୁରକ୍ଷା କର୍ମୀ। ଏପରି ସ୍ଥଳେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ସାଧାରଣ ଲୋକ ଙ୍କ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

Leave A Reply

Your email address will not be published.