ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଖରିଫ ଋତୁ -୨୦୨୨ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା l ଜିଲ୍ଲାରେ ଉର୍ବର ମାଟି ପ୍ରଚ୍ଛନ୍ନ ଜଳ ସେଚନର ସୁବିଧା ରହିଛି l ଜିଲ୍ଳାର ଚାଷୀ ମାନଙ୍କୁ ଠିକ ସମୟରେ ବିହନ ଓ ସାର ଯୋଗାଣର ଆବଶ୍ୟକତା ରହିଛି l ସାର ଯୋଗାଣରେ ଯେପରି କୁତ୍ରିମ ଅଭାବ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସରକାରୀ ସମବାୟ ପ୍ରବନ୍ଧକ ଙ୍କୁ ନିଁର୍ଧେଶ ଦେଇଥିଲେ l ବ୍ଲକ ସ୍ତରରେ ତହସିଲଦାର ଓ ଜିଲ୍ଲା ସ୍ତରରେ ଉପଜିଲ୍ଲାପାଳ ଏହାର ତନଖି ଦାଇତ୍ୱ ରେ ରଖିବେ l ଉନ୍ନତ ବୈଜ୍ଞାନିକ କୃଷି ଯନ୍ତ୍ରପାତି ଯେପରି ସବସିଡ ଦରରେ ଚାଷୀମାନେ ପାଇପାରିବେ ସେଥିପାଇଁ ବ୍ଲକ କୃଷି ଅଧିକାରୀ ଓ ସରକାରୀ କୃଷି ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ସହିତ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ନିଁର୍ଧେଶ ଦେଇଥିଲେ l ପ୍ରତି ପଞ୍ଚାୟତରେ କୃଷି ଯନ୍ତ୍ରପାତି ର ଡେମୋ ଦେଖାଇ ସବସିଡି ସମ୍ପର୍କରେ ଅବଗତ କରିପାରିବେ l ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ କୃଷି ଯନ୍ତ୍ରପାତି ଯୋଗାଇ ଦେଲେ ସେମାନେ ୭୫ପ୍ରତିଶତ ସବସିଡ କରିପାରିବେ l ଜିଲାରେ ମାତ୍ର ୩ଟି ମିଲର ଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ କୁ ମିନି ରାଇସମିଲ ନିମନ୍ତେ ଆକୃଷ୍ଟ କରିବାକୁ କୃଷି ଅଧିକାରୀ ଓ ମିଶନ ଶକ୍ତି ବିଭାଗକୁ ପରାମର୍ଶ ଦେଇଥିଲେ l ଜଳନିଧି ଯୋଜନାରେ ଆଗଭୀର ନଳକୂପ ୫୦ପ୍ରତିଶତ ସବସିଡ ରେ ଯୋଗାଇ ଦିଆଯାଇଛି l ଜିଲ୍ଲାରେ ସୋରିଷ, ସୂର୍ଯ୍ୟମୁଖୀ ଓ ବାଦାମ ଚାଷ କରିବା ପାଇଁ କୃଷକ ସଚେତନତାର ଆବଶ୍ୟକତା ରହିଛି l ପ୍ରାଥମିକ କୃଷି ସମବାୟ ସମିତି ଗୁଡିକରେ ତୁରନ୍ତ ସେକ୍ରେଟାରୀ ନିଯୁକ୍ତି କରିବାକୁ ଜିଲ୍ଲାପାଳ ଏ. ଆର. ସି. ଏସ ଙ୍କୁ ନିଁର୍ଧେଶ ଦେଇଥିଲେ l କୃଷି ଋଣ ପ୍ରଦାନ ରେ ଧାର୍ଯ୍ୟ ଲକ୍ଷ ପୂରଣ କରିବାକୁ ଅଗ୍ରଣୀ ବ୍ୟାଙ୍ଗ ମ୍ୟାନେଜର ବ୍ୟାଙ୍କର ମାନଙ୍କୁ ନିର୍ଦେଶ ଦିଅନ୍ତୁ l ସମସ୍ତ ସରକାରୀ କୃଷି ଅଧିକାରୀ ଫାକସ ଗୁଡିକ ନିୟମିତ ପରିଦର୍ଶନ କରନ୍ତୁ l ଏହି ବୈଠକ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ, ଜିଲ୍ଲା ପରିଷଦ ଶ୍ରୀ ରୁଦ୍ରନାରାୟଣ ଦାସ, ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଡି. ଡି. ଏମ ନାବାର୍ଡ ଶ୍ରୀ ବିଶ୍ୱ ଭୂଷଣ ମହାନ୍ତି, ଏଲ. ଡି. ଏମ ଶ୍ରୀ ଜି. ବି ସୁବୁଦ୍ଧି, ସରକାରୀ ନିଁର୍ଧେଶକ, ମୃତିକା ସରକ୍ଷଣ, ବ୍ଲକ କୃଷି ଅଧିକାରୀ,ସରକାରୀ କୃଷି ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,କୃଷି ଜିଲ୍ଲା ଅଧିକାରୀ,ଜଗତସିଂହପୁର ଶ୍ରୀ ପ୍ରଫୁଲ୍ଲ କୁମାର ସେଠି,ତିର୍ତୋଲ କୃଷି ଜିଲ୍ଲା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post